ବିଶ୍ବ ମାତୃ ଦିବସରେ ପ୍ରତିଯୋଗିତା

ବେଗୁନିଆ,(ଉପାନ୍ତ ଖବର ମାନସ ରଞ୍ଜନ କର) ତା 10/05:ରବିବାର ଦିନ ବିଶ୍ବ ମାତୃ ଦିବସ ଉପଲକ୍ଷେ ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ବିଜ୍ଞାନ ଶିକ୍ଷୟିତ୍ରୀ ରିସ୍ମା ରଶ୍ମି ପାଇକରାୟଙ୍କ ତତ୍ୱାବଧାନରେ ନବମ ଓ ଦଶମ
ବିଦ୍ୟାର୍ଥୀଙ୍କ ମଧ୍ୟରେ ମାତୃଭକ୍ତି ପ୍ରସଙ୍ଗ ଉପରେ ଆଭାସୀ ପଦ୍ଧତି ରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ
ବିଶ୍ୱ ମାତୃ ଦିବସ ପ୍ରସଙ୍ଗ ଉପରେ
ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି.
ଚିତ୍ରାଙ୍କନରେ ରିୟା ସ୍ୱାଇଁ, ଚିନ୍ମୟୀ
ବିଶ୍ୱାଳ ଓ ସୁତାପା ବେହେରା ଏବଂ
ବକ୍ତୃତାରେ ସିପୁନ ନାୟକ, ଅଭିମନ୍ୟୁ କର ଓ ଅମିତ ଅଭିଷେକ ସାହୁ ଯଥାକ୍ରମେ ପ୍ରଥମ,
ଦ୍ଵିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି. କୃତୀ ପ୍ରତିଯୋଗୀମାନଙ୍କୁ
ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି.
