May 11, 2026

ଛୋଟେ ସରକାର ବାବାଙ୍କ ଜୟନ୍ତୀରେ ଅନୁଷ୍ଠିତ ହେଲା ବିଶାଳ ରକ୍ତଦାନ ଶିବିର ଏବଂ ସଫେଇ କାର୍ଯ୍ୟକ୍ରମ 

IMG-20250125-WA0085
Share

 

 

ବାଲେଶ୍ଵର(ଶେଖ୍ ନଜିମ୍):ଭଦ୍ରକର ଧର୍ମଗୁରୁ ସୟଦ ୱାସିମ୍ ଅଖତର କାଦ୍ରି ବା ଛୋଟେ ସରକାର ବାବାଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ଦୁଃଖୀ ସମାଜ ବାଲେଶ୍ୱର ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଦରଘା ମୈଦାନରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା,ପୂର୍ବତନ ବିଧାୟକ ସ୍ୱରୂପ ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ,ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପୌରାଧ୍ୟକ୍ଷା ସବିତା ସାହୁ ,ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ,ଯୁବନେତା ଶୁଭେନ୍ଦୁ ଦାସ ମଙ୍ଗରାଜ, ସରୋଜ ଲେଙ୍କା ,ବିକ୍ରମ ପଣ୍ଡା, ରିତିକ ଜି,ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ରାଉତ,କାଉନସିଲର ମିନା ମହାନ୍ତି, ମିତା ପଟ୍ଟନାୟକ, ମିରାଜ ବାନୋ, ସଲିମା ବିବି ,ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ଦାସ,ଭାଗବତ ସାହୁ, ସୁବୋଧ ମହାନ୍ତି, ପୂର୍ବତନ କାଉନସିଲର ଚିତ୍ତରଞ୍ଜନ ପଣ୍ଡା, ପୂର୍ବତନ କାଉନସିଲର ସାକିର ଖାନ, ବିଶ୍ଵଜିତ ମହାପାତ୍ର, ଆସମା ବିବି, ସଞ୍ଜୟ ବେହେରା, ଧୀରେନ ନାୟକ ପ୍ରମୁଖ ଏଥିରେ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଭଳି ସମାଜ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ସଂସ୍କାରକ ଛୋଟେ ସରକାର ବାବାଙ୍କ ଜନ୍ମ ଦିବସକୁ ପାଳନ କରିବା ନିଷ୍ପତି ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ କହିଥିଲେ । ସାମ୍ପ୍ରତିକ ସମାଜରେ ରକ୍ତର ଅଭାବ ପୂରଣ କ୍ଷେତ୍ରରେ ଅଖିଳ ଭାରତୀୟ ଦୁଃଖି ସମାଜର ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ରକ୍ତଭଣ୍ଡାର ଓ କଟକ ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଛୋଟେ ସରକାର ବାବାଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ଦୁଃଖୀ ସମାଜ ବାଲେଶ୍ୱର ଶାଖା ପକ୍ଷରୁ ସକାଳେ ସହର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ସହରର ପ୍ରମୁଖ ରାସ୍ତାଗୁଡିକର ସଫେଇ କରିଥିଲେ । ସଂଗଠନର ଏତାଦୃଶ ସମାଜଗଠନମୂଳକ କାର୍ଯ୍ୟଧାରକୁ ସହରବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି । ଅଖିଳ ଭାରତୀୟ ଦୁଃଖୀ ସମାଜ ପକ୍ଷରୁ ବାଲେଶ୍ୱର ସହର ସମେତ, ଜଳେଶ୍ୱର ଓ ବାରିପଦାରେ ମଧ୍ୟ ଅନୁରୁପ ଭାବେ ରକ୍ତଦାନ ଶିବିର ଆୟୋଜନ ହୋଇଥିବା ସଂଗଠନର ଜିଲ୍ଲା ସଭାପତି ଶେଖ ଆୟୁବ ସୂଚନା ଦେଇଛନ୍ତି । ତିନୋଟି ଶିବିରରୁ ୨ହଜାରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସଂଗଠନର ସମ୍ପାଦକ ନାତିକ୍ ଖାନ୍‌, ରଜାବ ଅଲ୍ଲୀ, ଶେଖ୍ ମେହେମୁଦ୍‌, ଶେଖ ଭାନୁ, ସେଖ ଅସଗର ଅଲି, ଶେଖ ଅସଲମ, ଶେଖ ଜାମିଲ, ଶେଖ ପପି, ଶେଖ ହାଫିଜ, ଶେଖ ଆଲାଉଦ୍ଦିନ, ମହମ୍ମଦ ହୁମାୟୁନ, ଶେଖ ଶବିର, ଶେଖ ଅସିଫ, ଗୋଲାମ ମାନସୁର ଅଲି ଖାନ ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।