September 25, 2026

ଲଗାଣ ବର୍ଷାରେ ବେହାଲ ବୋଲଗଡ଼,ବୁଡିଗଲା ଫସଲ, ମୁଣ୍ଡରେ ହାତ ଦେଲା ଚାଷୀ।  

IMG-20260925-WA0046
Share

 

 

ବୋଲଗଡ଼,୨୫/୯ (ସୁଶାନ୍ତ କୁମାର ପ୍ରଧାନ):ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୋଲଗଡ଼ ବ୍ଲକରେ ଚାଷୀର ଅଣ୍ଟା ଭାଙ୍ଗି ଯାଇଛି। ଗତ ୩ ଦିନ ଧରି ହେଉଥିବା ପ୍ରବଳ ବର୍ଷାରେ ବାଙ୍କୋଇ ପଞ୍ଚାୟତ, ସାଗରଗୁଆଁ ପଞ୍ଚାୟତ ଓ ବାଳସିଂହ ଅଞ୍ଚଳର ଶହ ଶହ ଏକର ଧାନ ଜମି ଜଳମଗ୍ନ ହୋଇଯାଇଛି। ମାସ ମାସ ଧରି ପରିଶ୍ରମ କରି ଚାଷୀ ଯେଉଁ ଥୋଡ଼ ଧରିଥିବା ଧାନ ଫସଲକୁ ନେଇ ସ୍ୱପ୍ନ ଦେଖୁଥିଲା, ତାହା ଏବେ ପାଣିରେ ବୁଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହାତରୁ ଚାଷ ଯିବା ପରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି।ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି, ଚାଷୀର ଏଭଳି ଘଡ଼ିସନ୍ଧି ସମୟରେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କି ଜନପ୍ରତିନିଧି ବିଲକୁ ଯାଇ ସ୍ଥିତି ଅନୁଧ୍ୟାନ କରି ନାହାଁନ୍ତି ବୋଲି ସ୍ଥାନୀୟ ଚାଷୀମାନେ କ୍ଷୋଭର ସହ ଅଭିଯୋଗ କରିଛନ୍ତି। ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ଜୋର ଧରିଛି।