ବେହେରା ମୋଟେର କୋକସରା କୁ ଯାତାୟାତ ବ୍ରିଜ୍ ଧସିଲା, ଯାତାୟାତ ଠପ୍
(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ରିପୋର୍ଟ)
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା–ମୋଟେର–
କୋକସରା କୁ ଯାତାୟାତ ରାସ୍ତାରେ ଥିବା ଏକ ବ୍ରିଜ୍ ଧସିପଡ଼ିଥିବା ଜଣାପଡ଼ିଛି। ବ୍ରିଜ୍ ଧସିଯିବା ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।
ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତ୍ରୀ ଓ ଯାନବାହନ ଅଟକି ରହିଛନ୍ତି। ଖବର ପାଇ PWD ଜେଇ ନବ ବେହେରା ଘଟଣାସ୍ଥଳରେ ପହଞ୍ଚି ବ୍ରିଜ୍ର ସ୍ଥିତି ପରିଦର୍ଶନ କରିଥିବା ଜଣାପଡ଼ିଛି।
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ରାସ୍ତାରେ ଯାତାୟାତ ସ୍ୱାଭାବିକ କରିବା ସହ ବ୍ରିଜ୍ର ଶୀଘ୍ର ମରାମତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି
କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ରୁ ପ୍ରଦିପ ଭାରସଗରିଆ ଙ୍କ ରିପୋର୍ଟ
