June 2, 2024

ପିପୁଲ୍ସ କଲେଜରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ….

Share

ବୁଗୁଡ଼ା : ବୁଗୁଡ଼ା ପିପୁଲ୍ସ କଲେଜରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ” ଏକ ରାଷ୍ଟ୍ର ଏକ ନିର୍ବାଚନ ଏବଂ ଏହାର ଜଟିଳତା ସମ୍ପର୍କିତ ବିଶ୍ଳେଷଣ ” ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଭାରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆକାଉଣ୍ଟ୍ ଅଫିସର ପରାସର ଦାଶ ଏବଂ ଅତିଥି ଭାବେ ଅଧ୍ୟାପକ ବିନୋଦ କୁମାର କର ଓ ଲୋକନାଥ ବେହେରା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଛାତ୍ର ସୌମରଞ୍ଜନ ପାତ୍ର ଓ ସଞ୍ଜୟ କୁମାର ନାୟକ ପ୍ରବନ୍ଧ ପାଠ କରିଥିବା ବେଳେ ଅଧ୍ୟାପିକା ମୌସୁମୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ l