April 25, 2026

ବିଜେପି ପକ୍ଷରୁ ନବ ମତଦାତା ସମ୍ମିଳନୀ…

hgftyf
Share

ବୁଗୁଡ଼ା :  ଆଜି ଜାତୀୟ ଭୋଟର ଦିବସ ଅବସରରେ ରାଷ୍ଟ୍ର ଗଠନ ନିମନ୍ତେ ନବ ମତଦାତା ସମ୍ମିଳନୀ ବୁଗୁଡ଼ା ଉପକଣ୍ଠସ୍ଥ ତାରୁଟାଙ୍କି ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ନୂଆ ଭୋଟରଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ ଯୋଡି ହୋଇଥିବା ବେଳେ ଏନେଇ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଶହ ଶହ ଯୁବ ଭୋଟର ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ବ୍ଲକ୍ ସଂଯୋଜକ ହରିକୃଷ୍ଣ ସାହୁ ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ,ବୁଗୁଡ଼ା ନଗର ବିଜେପି ସଭାପତି କେଦାରନାଥ ମହାରଣା ,ସମ୍ପାଦକ ସୁଜନ କୁମାର ଦାଶ, ବିଧାନସଭା ପ୍ରଭାରୀ ଦୁର୍ଗା ପଟ୍ଟନାୟକ, ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ, ଦିଲ୍ଲୀପ କୁମାର ପ୍ରଧାନ, ହରପ୍ରସାଦ ଦାସ,ରବୀନ୍ଦ୍ର ପ୍ରଧାନ, କାର୍ତ୍ତିକ କୁମାର ମଙ୍ଗାଳ, ସନ୍ତୋଷ ଭୋଳ,ପୂର୍ଣ୍ଣଚନ୍ଦ୍ର ଭୂୟାଁ,ଗନ୍ଧମାର୍ଦ୍ଦନ ସେଠୀ ,ପ୍ରକାଶ ମହାରଥା , ଶ୍ରୀହର୍ଷ ପ୍ରଧାନଙ୍କ ସମେତ ବୁଗୁଡ଼ା ବ୍ଲକର ବହୁ ନବ ମତଦାତା ଯୋଗ ଦେଇଥିଲେ । ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ ଯୋଜନା ବିଷୟରେ ଯୁବ ବର୍ଗଙ୍କୁ ଅବଗତ କରାଯାଇଥିଲା।