October 25, 2026

ଗଜପତି:- ମୋହନା ଓ ଅଡବାରୁ ଜବତ ୯,୭୯୩.୨୮ କେଜି ଗଞ୍ଜେଇ ସବୁ ନଷ୍ଟ କରାଗଲା 

IMG-20261024-WA0060
Share

ଗତ କାଲି ଗଜପତି ଏସପି ଶ୍ରୀ ପ୍ରହଲ୍ଲାଦ ସହାଇ ମୀନା, ଆଇପିଏସ୍ ଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲା ପୋଲିସ ବରିଷ୍ଠ ପୋଲିସ ଅଧିକାରୀ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ଅବକାରୀ ଅଧୀକ୍ଷକ, ମୋହନା ଏବଂ ଅଡବା ଆଇଆଇସି:ଙ୍କ ଉପସ୍ଥିତିରେ ସମସ୍ତ ଆଇନଗତ ପ୍ରକ୍ରିୟା ଏବଂ ଡ୍ରଗ୍ସ ନିଷ୍କାସନ କମିଟିର ନିର୍ଦ୍ଦେଶ ପାଳନ କରି ମୋହନା ଏବଂ ଆଡାବା ଥାନାରୁ ଜବତ ହୋଇଥିବା ୯,୭୯୩.୨୮ କିଲୋଗ୍ରାମ ଗଞ୍ଜେଇ ନଷ୍ଟ କରିଛି।

ଗଞ୍ଜେଇ ସବୁ ସମସ୍ତ ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବଡ଼ ଚୁଲା ମାଧ୍ୟମରେ ପୋଡ଼ି ନଷ୍ଟ କରି ଦିଆଯାଇଥିଲା ।

ଗଜପତି ଜିଲ୍ଲା ପୋଲିସ ନିଶାମୁକ୍ତ ସମାଜ ଗଠନ ଏବଂ ନାଶା ମୁକ୍ତ ଓଡ଼ିଶା ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ।

—————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–