April 19, 2025

ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଆରମ୍ଭ

Share

ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଆରମ୍ଭ
ବୁଗୁଡା : ତା ୨୪/୦୮/୨୩ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି । ପଙ୍କଳବାଡି ହାଇସ୍କୁଲ ପିଇଟି ଦ୍ବିତୀକୃଷ୍ଣ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର ଓ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଯୋଗ ଦେଇ ପ୍ରଶିକ୍ଷଣ ପରେ ତାହାକୁ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ପିଇଟିମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରରେ ପ୍ରଶିକ୍ଷକ ଭାବେ ପୋଲସରା ଗୋପବନ୍ଧୁ ହାଇସ୍କୁଲ ପିଇଟି ଜ୍ଞାନ ରଞ୍ଜନ ଜାଲି ଓ ପିପୁଲ୍ସ ହାଇସ୍କୁଲ ପିଇଟି ବିଶ୍ବେଶ୍ବର ଗିରି ଯୋଗ ଦେଇ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୨୪ ଜଣ ପିଇଟିଙ୍କୁ କ୍ରୀଡାଙ୍ଗନ ସମ୍ପର୍କିତ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।