ବି.ଜେ.ଡି ସରକାରରେ ଦୁର୍ନିତୀ ଓ ଭ୍ରଷ୍ଟାର ବିରୁଦ୍ଧରେ ପଞ୍ଚାୟତ ଘେରାଉ

ବି.ଜେ.ଡି ସରକାରରେ ଦୁର୍ନିତୀ ଓ ଭ୍ରଷ୍ଟାର ବିରୁଦ୍ଧରେ
ପଞ୍ଚାୟତ ଘେରାଉ
ହାଟଡିହି,୨୪/୮:ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମରେଇଗାଁ ଗ୍ରାମପଞ୍ଚାୟତ ଘେରାଉ । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟଚାର ରେ ହନ୍ତ ସନ୍ତ ସାଧାରଣ ଲୋକଙ୍କୁ ହକ ଦେବାପାଇଁ ବିଜେପି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତ କାର୍ଯ୍ୟଳୟ ଘେରାଉ କରିବା ସହ ସ୍ଥାନୀୟ ସମସ୍ୟା ସମ୍ବଳିତ ସ୍ମାରକପତ୍ର ପି ଇ ଓ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଦେବାପାଇଁ ଡାକରା ଦେବା ପରିପ୍ରେ୍ଷୀରେ ଆଜି ବିଜେପି ର କାର୍ଯ୍ୟକର୍ତ୍ତା ମାନେ ମାରେଇଗାଁ ପଞ୍ଚାୟତ ଘେରାଉ କରିଥିଲେ। ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ର ଅନିୟମିତତା, ମନରେଗା ରେ ଫଲ୍ସ ବିଲ, ଭତ୍ତା ରେ କେଲେଙ୍କରି ,ପାଇପ ପାଣି ଯୋଗାଣରେ ବିଫଳତା ଓ ରାସନ୍ କାର୍ଡ ରେ ହୋଇଥିବା ଭୟଙ୍କର ଦୁର୍ନୀତି କୁନେଇ କ୍ଷୋଭ ପ୍ରକଟ କରିବା ସହ ରାଜ୍ୟପାଲ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ମଣ୍ଡଳ ସଭାପତି ହରମୋହନ ଶାସିନୀ ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆନନ୍ଦପୁର ବି ଜେ ପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର,ମହିଳା ମୋର୍ଚ୍ଚା ସମ୍ପାଦିକା ତୃପ୍ତିମୟୀ ଜେନା , ଜିଲ୍ଲା ସାଂସ୍କୃତିକ ସେଲ ର ସଂଯୋଜକ ସୁଶାନ୍ତ ଜେନା, ବରିଷ୍ଠ ବିଜେପି ନେତା ଶରତ ସେଠୀ, ପଞ୍ଚାୟତ ପ୍ରମୁଖ ସତ୍ୟବ୍ରତ ପ୍ରଧାନ, ସହ ପ୍ରମୁଖ ଶ୍ରୀକାନ୍ତ ଭୋଲ, ମଣ୍ଡଳ ସାଧାରଣକ ସମ୍ପାଦକ ରାଜେନ୍ଦ୍ର ଦାସ, ହରିହର ମହାରଣା, ମଧୁସୂଦନ ନାୟକ , ହୃଦାନନ୍ଦ ନାୟକ, ଅମର ସେଠୀ, ପ୍ରମୋଦ ଜେନା,ସଂଗ୍ରାମ ଦାସ, ଗୋପବନ୍ଧୁ ସାହୁ, ପର୍ଶୁରାମ ଦାସ,ପ୍ରଣବାନନ୍ଦ ମହାନ୍ତି, ସନ୍ତୋଷ ଶଙ୍ଖୁଆ, ଲମ୍ବୋଦର ଜେନା, ଶୁକଦେବ ଜେନା, ସୁବାସ ଜେନା, ମିଟୁ ଜେନା,ଦୀପକ କୁମାର, ରଙ୍କନଥ ଜେନା,ଶ୍ୟାମସୁନ୍ଦର ଦାସ, ସୁବାସ ଖଟୁଆ,ଦମୟନ୍ତୀ ଖଟୁଆ, ଜଗବନ୍ଧୁ ଖଟୁଆ, ଗଜେନ୍ଦ୍ର ମହାରଣା,ରାଜୁ ଜେନା, କେଶବ ଶଙ୍ଖୁଆ, ବିକ୍ରମ ଜେନା,ନରହରି ଜେନା, ପର୍ଶୁରାମ ଦାସ, ଝରଣା ଜେନା, ଶାନ୍ତିଲତା ଜେନା, ତପସ୍ଵିନୀ ଜେନା,ରବୀନ୍ଦ୍ର ଜେନା, ଗୌରୀ ଜେନା ,ରାଘବ ଜେନା ଙ୍କ ସମେତ ଶତାଧିକ ଲୋକ ଯୋଗଦେଇଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ