April 24, 2026

ବିଧବା ଭତ୍ତା ପାଇବାରେ ବଞ୍ଚିତ ବୃଦ୍ଧା …

IMG-20250624-WA0030
Share

କୋଲନରା (ସଞ୍ଜୀବ କଣ୍ଡାଗରୀ)ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ନିକଟସ୍ଥ କିଲିପାଇ ଗ୍ରାମର ମିତିଲି ପୁଅଲା ବିଧବା ଭତ୍ତା ପାଇବାରେ ବଞ୍ଚିତ ଅଛନ୍ତି।ସ୍ୱାମୀ ଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି ବୃଦ୍ଧା ଜଣକ।ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି।କିନ୍ତୁ ଯୋଜନା ରେ ସାମିଲ ହେବାପାଇଁ ବୁଲିବୁଲି ନୟାନ୍ତକ ହୋଇ ଯାଉଅଛୁ ବୋଲି ବିଧବା ମହିଳା କହିଛନ୍ତି।ମୋ ସ୍ୱାମୀ ଙ୍କ ମୃତ୍ୟୁ ପରେ ଗ୍ରାମ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଧବା ଭତ୍ତା ପାଇବା ପାଇଁ ବୁଲି ବୁଲି ଥକି ଗଲି କିନ୍ତୁ ଆଜକୁ ଚାରି ବର୍ଷ ବିତିଗଲା ପରେ ମଧ୍ୟ କୋଉ ସରକାରୀ ଅଧିକାରୀ ନା ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମୋ ଗୁହାରି କିଏ ଶୁଣିବାକୁ ନାହାଁନ୍ତି। ମୋ ମୃତ୍ୟୁ ହୋଇ ଥିବା ସ୍ୱାମୀ ର ମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ ଧରି ଯାଉଛି ହେଲେ କୌଣସି ସୁଫଳ ମିଳିପାରି ନାହିଁ ଏହା ମୋର ଦୁର୍ଭାଗ୍ୟ ବୋଲି ମନେ କରୁଛି ବୋଲି ପ୍ରକାଶ କରିଛନ୍ତି ବୃଦ୍ଧା ଜଣକ।ଏହି ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଦନ ନାୟକ ରେଖାପଦର ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ତଦନ୍ତ କରି ଭତ୍ତା ପ୍ରଦାନ କରିବୁ ବୋଲି କହିଛନ୍ତି।ଦେଖିବାକୁ ବାକି ରହିଲା ନିର୍ବାହୀ ଅଧିକାରୀ ଜଣକ ଅସହାୟ ବୃଦ୍ଧା ଙ୍କ କେବେ କରୁଛନ୍ତି ବିଧବା ଭତ୍ତା ପ୍ରଦାନ।