August 10, 2026

ଗଞ୍ଜାମ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବୈଠକ

IMG-20260810-WA0135
Share

 

ଗଞ୍ଜାମ:( 10/08)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଗଞ୍ଜାମ ମହାବିଦ୍ୟାଳୟ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକକୁ ଶିଶିର କୁମାର ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ମହାବିଦ୍ୟାଳୟରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ସାମାଜିକ ଓ ରାଷ୍ଟ୍ରୀୟ କାର୍ଯ୍ୟଧାରା ସହ ଯୋଡ଼ିବା ନେଇ ଆଲୋଚନା ହୋଇଥିଲା।

ବୈଠକରେ ମୁଖ୍ୟତଃ ସଦସ୍ୟତା ଅଭିଯାନ, ମହାବିଦ୍ୟାଳୟରେ ଶାଖା ଗଠନ ଏବଂ ତ୍ରିରଙ୍ଗା ଯାତ୍ରା ଅଭିଯାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ବୈଠକ ଶେଷରେ ଛାତ୍ର ସମାଜ ମଧ୍ୟରେ ସଂଗଠନର କାର୍ଯ୍ୟକଳାପକୁ ଅଧିକ ବ୍ୟାପକ କରିବା ସହ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।