ମୋଟେର ଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ
କୋକସରା, (ଉପାନ୍ତ ଖବର)(ପ୍ରଦିପ ଭରା ସଗରିଆ): ମୋଟେରଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ସ୍ଥାନୀୟ ମୋଟେର ଗ୍ରାମ ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ହୋଯାଇଛି l ବୈଠକରେ ଗ୍ରାମର ସମସ୍ତ ଜନସାଧାରଣଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଉକ୍ତ ବୈଠକ ରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶ୍ରୀ ଯୁକ୍ତ ଦୁଷ୍ମନ୍ତ କୁମାର ପଟ୍ଟଯୋଷୀ ଉପସଭାପତି ଭରତ ଶବର
ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ଦାସ
ସହ ସଂପାଦକ ଶେଷଦେବ ବେହେରା ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ କୋଦଣ୍ଡ ଦାସ କୁ ମନୋନୀତ କରାଯାଇଥିଲା l ଉପଦେଷ୍ଟା କମିଟିରେ ଜଗଦୀଶ ସରାଫ, ହୃଷୀକେଶ ଦାସ, ସୁଧୀର ସରାଫ, ବଙ୍କିମ ଦାସ, ଅଜୟ ଦାସ, ବିଜୟ ପ୍ରଧାନୀ,ରବିନାରାୟଣ ପୁଝାରୀ ଓ ଜ୍ୟୋତି ସରାଫ ମନୋନୀତ ହୋଇଥିଲେ l ବୈଠକରେ କମିଟି ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ ଏବଂ ଆଗାମୀ କାର୍ଯ୍ୟକ୍ରମ ଓ ଦୁର୍ଗା ପୂଜାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା l
ଆଗାମୀ ଦୁର୍ଗା ପୂଜାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜାର ବିଭିନ୍ନ କାର୍ଯ୍ୟକ୍ରମ, ଭକ୍ତଙ୍କ ସୁବିଧା ଏବଂ ଆୟୋଜନର ସୁପରିଚାଳନା ନେଇ କମିଟି ପକ୍ଷରୁ ଯୋଜନା କରାଯାଇଛି। ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପଭରସଗରିଆ ରିପୋର୍ଟ “ଉପାନ୍ତ ଖବର”
