April 24, 2026

ପାରଳାଖେମୁଣ୍ଡି ରୁ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ମହାରାଷ୍ଟ୍ର ଯାଇଥିବା ସୁନା ବ୍ୟବସାୟୀଙ୍କ ଆରୋଗ୍ୟ ସାହି ସ୍ଥିତ ଘରୁ ଚୋରି       

IMG-20250624-WA0031
Share

 

 

ପାରଳାଖେମୁଣ୍ଡି:୨୪/୬(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଆରୋଗ୍ୟ ସାହିର ବାସିନ୍ଦା ଜଣେ ସୁନା ବ୍ୟବସାୟୀ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ମହାରାଷ୍ଟ୍ର ଯାଇଥିବା ବେଳେ ତାଙ୍କ ଘରୁ ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି. ସୁନା ବ୍ୟବସାୟୀ ଏସ୍. ଉତ୍ତମ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗତ ୧୦ ଦିନ ତଳେ ତାଲା ପକାଇ ପରିବାର ସହ ମହାରାଷ୍ଟ୍ର ଯାଇଛନ୍ତି. ଏହାର ସୁଯୋଗରେ ଶନିବାର ବିଳମ୍ବିତ ରାତିରେ ଚୋର ପ୍ରଥମେ ଘରର ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲା । ତାଲା ନ ଭାଙ୍ଗିବାରୁ ଚୋର ପଡ଼ିଶା ଘରର ଟିଣ ଉପରେ ଚଢ଼ି ଘରର ସ୍କାଏ ଲାଇଟ୍‌କୁ ଭାଙ୍ଗି ପଶିଥିଲା । ଘରେ ଆଲମାରୀ ତାଡି ସେଥିରେ ଏବଂ ଘର ସଂଲଗ୍ନ ଦୋକାନରେ ଥିବା ଆଲମାରୀରୁ ସୁନା ଓ ରୂପା ଅଳଙ୍କାର ଏବଂ ଟଙ୍କା ଚୋରି ହୋଇଛି ଅଭିଯୋଗ ହୋଇଛି। ତେବେ ଘର ମାଲିକ ପହଞ୍ଚି ନଥିବାରୁ କେତେ ପରିମାଣର ଓ କେତେ ମୂଲ୍ୟର ଅଳଙ୍କାର ଓ ଟଙ୍କା ଚୋରି ହୋଇଛି ତାହା ଆକଳନ କରାଯାଇନାହିଁ। ଅପରପକ୍ଷରେ ଘରର ମାଲିକ ଚୋରି ବେଳର ଦୃଶ୍ୟ ନିଜ ଘରର ସିସିଟିଭି ଜରିଆରେ ମୋବାଇଲ୍‌ରେ ଦେଖିଥିଲେ। ଚୋରଜଣକ ମୁହଁକୁ କପଡ଼ାରେ ଢାଙ୍କି ଚୋରି କରୁଥିଲା । ମାଲିକ ଉକ୍ତସାହିର ଜଣେ ସାଙ୍ଗକୁ ଫୋନ୍ ଯୋଗେ କହିବା ପରେ ଘର ପାଖରେ ସାହି ଲୋକ ପହଞ୍ଚିଥିଲେ। ହେଲେ ସେତେବେଳକୁ ଚୋର ସେଠାରୁ ଚମ୍ପଟ ମାରିଥିଲା। ପରେ ପାରଳାଖେମୁଣ୍ଡି ଥାନା ପୁଲିସକୁ ଘଟଣା ନେଇ ଅଭିଯୋଗ ହେବାପରେ ରବିବାର ଦିନ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ଅନୁଧ୍ୟାନ କରି ତଦନ୍ତ କରି ଫେରିଛନ୍ତି.

You may have missed