ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ଅଲାରନାଥ ଦର୍ଶନ ସହିତ ଧାନ ମଣ୍ଡି ପରିଦର୍ଶନ କଲେ —

ପୁରୀ(ରମେଶ ଚନ୍ଦ୍ର ସାହୁ)ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅଚାନକ ବ୍ରହ୍ମଗିରି ଗସ୍ତ କରି ବ୍ରହ୍ମଗିରି ବ୍ଲକ ର ରାମଚନ୍ଦ୍ରପୁର,ରାୟବିଧର ଓ ରେବନାନୁଆ ଗାଁ ସେବା ସମବାୟ ସମିତିରେ ଚାଷୀ ଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ।ଚାଷୀ ଙ୍କର ଶହ ଶହ କୁଏଣ୍ଟାଲ ଧାନ ମଣ୍ଡି ରେ ପଡ଼ିରହିଛି।ଧାନ ବର୍ଷାରେ ଭିଜି ଗଜା ହେଉଛି ବୋଲି ଚାଷୀ ଅଭିଯୋଗ କରିଥିଲେ।ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ମନ୍ତ୍ରୀ ଅନବସର ରେ ଥିବା ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଆସି ମହାପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ କରି ରାଜ୍ୟ ର ମଙ୍ଗଳ କାମନା କରିବା ସହ ଗଣମାଧ୍ୟମ କୁ ଚାଷୀ ଙ୍କ ସମସ୍ତ ଧାନ ସରକାର ନେବେ ବୋଲି ପ୍ରକାଶ କରିଥିଲେ।ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ହେବନାହିଁ। ବ୍ରହ୍ମଗିରି ନିମନ୍ତେ ସତର ଟି ମିଲର ଙ୍କୁ ନିଯୁକ୍ତ କରାଯାଇଛି ବୋଲି କହିଥିଲେ।
