ବଡ଼କୋଦଣ୍ଡା ସିଆରସିସିଙ୍କ ଉଦ୍ୟମରେ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପ୍ରଚେଷ୍ଟା ରେ ବିଦ୍ୟାଳୟ ସଫେଇ କାର୍ଯ୍ୟ ତ୍ବରାନ୍ବିତ
ଭଞ୍ଜନଗର, ୩ ନଭେମ୍ବର ୨୦୨୬: ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ଅଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥଙ୍କ ଆହ୍ଵାନ କ୍ରମେ ଆଜି ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରଚେଷ୍ଟା ଓ ଉଦ୍ୟମରେ ଭଞ୍ଜନଗର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ନାୟକଙ୍କ ତତକାଳ ପ୍ରଚେଷ୍ଟା ଓ ତତ୍ତ୍ଵାବଧାନରେ ବିଦ୍ୟାଳୟ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟର ତଥା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡି. କଇଠପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁନରୁଦ୍ଧାର ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ୨୯ ଓ ୩୦ ତାରିଖରେ ବାତ୍ୟା ‘ଅର୍ନବ’ ପ୍ରଭାବରେ ଆସିଥିବା ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଡି. କଇଠପଲ୍ଲୀ ଗ୍ରାମରେ ଥିବା ବିଦ୍ୟାଳୟ ଏବଂ ସଂପୂର୍ଣ୍ଣ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଥିଲା। ବିଦ୍ୟାଳୟ ମଧ୍ୟରେ ପ୍ରାୟ ୩ ଫୁଟ ଉଚ୍ଚତାରେ ପାଣି ପଶିବା ଯୋଗୁଁ ବିଦ୍ୟାଳୟର ଦରକାରୀ କାଗଜ, ବହିପତ୍ର, ପାଠ୍ୟ ଉପକରଣ, ଶିକ୍ଷଣ ସାମଗ୍ରୀ, ଖାଦ୍ୟ ଉପକରଣ, ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ପତ୍ର ଓଦା ହୋଇଯାଇଥିଲା। ଗତକାଲି ଭଞ୍ଜନଗର ବିଇଓଙ୍କ ଆହ୍ଵାନ କ୍ରମେ କାର୍ଯ୍ୟାଳୟ ତରଫରୁ ଏବିଇଓ ଗଜେନ୍ଦ୍ର ସେଠୀ, ଏବିଇଓ ସୁବାସିନୀ ତ୍ରିପାଠୀ ଓ ସିଆରସିସି ଦ୍ବିତୀକୃଷ୍ଣ ଲେଙ୍କା ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟ ସଫାସୁତୁରା କରିବା ପାଇଁ ଆଲୋଚନା କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ। ଆଜି ସିଆରସିସି ଙ୍କ ଅନୁରୋଧ କ୍ରମେ ଭଞ୍ଜନଗର ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ବିଦ୍ୟାଳୟର ସଫେଇ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରିବା ସହ ଆବଶ୍ୟକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଆରସିସି, ଏବିଇଓ, ଭଞ୍ଜନଗର ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନର ସଦସ୍ୟ ତଥା ସମାଜସେବୀ ଅରକ୍ଷିତ ପରିଛା, ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା ପ୍ରଧାନ, ଶିକ୍ଷକ ଶିଶିର କୁମାର ପତି, ଶିକ୍ଷକ ସୌମ୍ୟ ରଞ୍ଜନ ବାରିକ ଓ ଶିକ୍ଷୟିତ୍ରୀ ରୀତା କୁମାରୀ ଭୂୟାଁ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ରଣା, ବର୍ତ୍ତମାନ ସଭାପତି ସଞ୍ଜୟ କୁମାର ଆରୁଖ, ପୁରାତନ ଛାତ୍ର ପବିତ୍ର ନାଇକ, ମାଧୁରୀ ନାଇକ ଏବଂ ଗ୍ରାମବାସୀ ସବିତା ନାଇକ, ଲକ୍ଷ୍ମୀ ନାଇକ, ବିଭାଷିନୀ ନାଇକ ସାହାଯ୍ୟ ଓ ସହଯୋଗ କରିଥିଲେ। ସମସ୍ତଙ୍କ ମିଳିତ ସହଯୋଗରେରେ ସଫେଇ କାର୍ଯ୍ୟ ହେଉଥିବାରୁ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
