ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି ତା ୪/୧୧(ମନମୋହନ ନାୟକ) : ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଗ୍ରାମ (ମଝିଗାଁ)ର ସ୍ୱର୍ଗତ ଯୋଗେନ୍ଦ୍ର ମଲ୍ଲିକଙ୍କ ପୁଅ କ୍ଷୀରୋଦ କୁମାର ମଲ୍ଲିକଙ୍କ ଆଜି ମଧ୍ୟାହ୍ନରେ ପରଲୋକ ଘଟିଛି। ସେ ଗତ କିଛିଦିନ ହେଲା ଘାତରେ ପୀଡିତ ହୋଇ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିବା ବେଳେ ଆଜି ଦିନ ୨ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଜଣେ ଧର୍ମପରାୟଣ, ପରୋପକାରୀ, ନିଷ୍ଠାପର ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ମୁକ୍ତିକାନ୍ତ ମଲ୍ଲିକ, ରତିକାନ୍ତ ମଲ୍ଲିକ, ଝିଅ ପ୍ରତିମା ମଲ୍ଲିକ, କଲ୍ୟାଣୀ ମଲ୍ଲିକ, ଜ୍ୱାଇଁ ସୌମ୍ୟରଞ୍ଜନ ଜେନା, ଭାଇ ମନୋଜ ମଲ୍ଲିକ ଓ ସୁନେଲି, ରୁପେଲି, ବଳିଆ, ଦୋଳିଆ, ବାଣ୍ଠୁ, ସୋନିଆ, ମାନୀ, ପୂଜା, ଶୁଭମ୍, କାଳିଆ, ଡୁଡୁଲୁ, ପୁନମ୍, ଚଗିଲିଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ମରଶରୀର ଡାକ୍ତରଖାନାରୁ ଆସି ଗ୍ରାମରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ କୂଳରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ ପୁଅ ମୁକ୍ତିକାନ୍ତ ମୁଖାଗ୍ନି ଦେଇଥିବା ବେଳେ ଅନେକ ଗ୍ରାମବାସୀ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।
