November 4, 2026

ବରଗଡ଼ରେ ଗୁରୁ ଭଗବାନ ସାହୁ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ

IMG-20261104-WA0000
Share

 

 

ନୂଆଁଖାଇର ଭାଇଚାରା ଓ ସାଂସ୍କୃତିକ ଏକତାର ବାର୍ତ୍ତା ଦେଲା କାର୍ଯ୍ୟକ୍ରମ, ବିଭିନ୍ନ ସମ୍ପ୍ରଦାୟର ଗୁରୁ ଓ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧନା

 

ବରଗଡ଼:(ସୁଦାମ ଦୀପ)ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ଏହା ହେଉଛି ଭାଇଚାରା, ସାମାଜିକ ଏକତା, ପାରସ୍ପରିକ ସମ୍ମାନ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପ୍ରତୀକ। ଏହି ମହାନ ପରମ୍ପରାକୁ ଆହୁରି ଉଜ୍ଜୀବିତ କରିବା ସହ କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖିଥିବା ମହାନ କଳାକାର ସ୍ୱର୍ଗତ ଗୁରୁ ଭଗବାନ ସାହୁଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବରଗଡ଼ସ୍ଥିତ ଯଦୁମଣି ଅଡ଼ିଟୋରିୟମଠାରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଗୁରୁ ଭଗବାନ ସାହୁ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ନୂଆଁଖାଇର ମହନୀୟ ପରମ୍ପରା, ସମ୍ବଲପୁରୀ ଲୋକକଳା, ଲୋକସଂସ୍କୃତି ଓ ସାମାଜିକ ସଦ୍‌ଭାବନାର ବିଭିନ୍ନ ଦିଗ ଉପରେ

ଆଲୋକପାତ କରିଥିଲେ। ଏହା ସହ ଗୁରୁ ଭଗବାନ ସାହୁଙ୍କ ଜୀବନ, ସାଧନା, କଳା ପ୍ରତି ନିଷ୍ଠା ଏବଂ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇର ଗୁରୁତ୍ୱ ଓ ଏହାର ସାମାଜିକ ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର

ଗଣପର୍ବ ନୂଆଁଖାଇ ଆମ ମାଟିର ଗର୍ବ ଓ ଗୌରବ। ଏହି ପର୍ବ ଆମକୁ ଏକାଠି ରହିବା, ପରସ୍ପରକୁ ସମ୍ମାନ ଦେବା ଏବଂ ଆମ ମାଟି, ଭାଷା ଓ ସଂସ୍କୃତି ପ୍ରତି ଗଭୀର ଆତ୍ମୀୟତା ରଖିବାର ପ୍ରେରଣା ଦେଇଥାଏ। ଏଭଳି ସାଂସ୍କୃତିକ ଆୟୋଜନ ଆମ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାରେ ବିଶେଷ ଭୂମିକା ନିର୍ବାହ କରିଥାଏ।

ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଚିରବ୍ରତ ଦତ୍ତ ଓ ଟେକଚାନ୍ଦ ଦୁଆନ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଉପସ୍ଥିତ ରହି ନୂଆଁଖାଇର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ଅବଗତ କରିଥଲେ l