April 28, 2026

ଧାନକିଣାରେ ଅଚଳାବସ୍ଥା : ଧାନବସ୍ତା ପକାଇ ଗୋଡଭଗା ଠାରେ ରାଜପଥ ଅବରୋଧ କଲେ ଚାଷୀ 

IMG-20250624-WA0028
Share

 

 

ସୁରେନ୍ଦ୍ର କଠାର ,ବରଗଡ

 

ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୫ଦିନ ପରେ ଦେଢମାସ ପୁରିବ । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନକୁ କ୍ରୟ କରାଯାଉ ନାହିଁ। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନ ଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ୍ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଅପରପକ୍ଷରେ ବର୍ଷା ଆସି ଯାଇଥିବା ଯୋଗୁ ଜିଲାର ଚାଷୀମାନଙ୍କ ଚିନ୍ତା ବଢି ଯାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ମାର୍କେଟ ୟାର୍ଡ ସମ୍ମୁଖରେ ଧାନ ବସ୍ତା ପକାଇ ଚାଷୀମାନେ ୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ବରଗଡ – ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍ ପଡିଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଛି ।ଖବର ପାଇ ଘଟଣାସ୍ତଲକୁ ପୋଲିସ ପ୍ରଶାସନ ସହ ଆହୁରି ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଂଚି ଚାଷୀକଂ ସହ ଆଲୋଚନା କରୁଛନ୍ତି