କଲ୍ୟାଣୀସିଂହପୁର ଲ୍ୟାମ୍ପରେ 75ଲକ୍ଷ ଟଙ୍କାର ଦୁର୍ନୀତି
ରାୟଗଡା -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଲ୍ୟାମ୍ପର ୭୫ ଲକ୍ଷ ଦୁର୍ନୀତି ଘଟଣାରେ ଏମଡି ତାରିଣୀ ପ୍ରସାଦ ତ୍ରିପାଠିଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଆଜି ଭିଜିଲାନ୍ସ ବିଭାଗ ଡିଏସପି ସୂର୍ଯ୍ୟକାନ୍ତି ଟାକିରୀଙ୍କ ନେତୃତ୍ୱରେ ସକାଳୁ ୫ଜଣିଆ ଦଳ କଲ୍ଯାଣସିଂହପୁ ଜିଲୁଣ୍ଡା ଗ୍ରାମର ସୂର୍ଯ୍ୟ କାନ୍ତଙ୍କ ଘରେ ଛାନବିନ କରିଥିବା ବେଳେ ଦିନ ଦିପହରରେ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ଯାଳୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ କି କୌଣସି ନଥିପତ୍ର ଦେଖାଇ ପାରିଲେ ନାହିଁ। ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୨୦୨୪ ରୁ ୨୦୨୬ ମଧ୍ୟରେ ଲ୍ୟାମ୍ପ ପାଣ୍ଠିରୁ ପ୍ରାୟ ୭୫ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା। ଅଭିଯୋଗ ଅନୁସାରେ ସରକାରୀ ରେକର୍ଡରେ ହେରଫେର କରି ଏହି ଠକେଇ କରାଯାଇଥିଲା। ଏହି ଆତ୍ମସାତ ଅର୍ଥରେ ସମବାୟ ସମିତିର ପ୍ରାଥମିକ ସଦସ୍ୟମାନଙ୍କର ସଞ୍ଚୟ ଏବଂ ଜମା ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ ଥିବାରୁ ସ୍ଥାନୀୟ ଲୋକମାନେ ସିଧାସଳଖ ପ୍ରଭାବିତ ହୋଇଥିବା କୁହାଯାଉଛି। ଆର୍ଥିକ ସୁରକ୍ଷା ପାଇଁ ଲ୍ୟାମ୍ପ ଉପରେ ନିର୍ଭର କରୁଥିବା ଅନେକ ସଦସ୍ୟଙ୍କ ମଧ୍ୟରେ ଏହା ଚିନ୍ତାର କାରଣ ହୋଇଛି। ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପୋଲିସ୍ ଷ୍ଟେସନରେ ମାମଲା ନମ୍ବର–୮, ତାରିଖ ୨୧.୦୫.୨୦୨୬ ରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଏବଂ ବିଏନଏସ୍, ୨୦୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ପରେ ତାରିଣୀ ପ୍ରସାଦ ତ୍ରିପାଠିଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି କହୁଥିବା ବେଳେ ଏସପି ରବୀନ୍ଦ୍ର କୁମାର ପଣ୍ଡା ଆସି ରାୟଗଡ଼ା ପହଞ୍ଚିଛନ୍ତି। ଏହି ଘଟଣାର ସ୍ବତନ୍ତ୍ର ଅଡିଟ ପାଇଁ ଯେଉଁ ସୁପାରିଶ କରିଥିଲେ ସମବାୟ ବିଭାଗୀୟ ତାହା ଭିଜିଲାନ୍ସ ବିଭାଗ ତଦାରଖ ମାଧ୍ୟମରେ କରାଯିବ ବୋଲି କହିଛନ୍ତି। ଘଟଣାଟି ହେଲା କଲ୍ଯାଣସିଂହପୁ ଲ୍ୟାମ୍ପର ୩୩ ଜଣ ଚାଷୀଙ୍କ ମୋଟ ୨୮ ଲକ୍ଷ ୨୯ ହଜାର ୮୯ ଟଙ୍କା ସେମାନଙ୍କ ଅଜାଣତରେ ଆକାଉଣ୍ଟରୁ ଉଠାଯାଇଛି। ନିଜ ଓ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ଟଙ୍କା ଲ୍ୟାମ୍ପ ମାଧ୍ୟମରେ କରାଯାଇଛି। ତଦନ୍ତ ବେଳେ ଭାଇଙ୍କ ନାମରେ ୧୪ ଲକ୍ଷ ୨୧ ହଜାର, ବାପାଙ୍କ ନାମରେ ୩ ଲକ୍ଷ ୭୫ ହଜାର, ସ୍ତ୍ରୀ ଓ ସମ୍ପର୍କୀୟଙ୍କ ନାମରେ ୬ ଲକ୍ଷ ୬୫ ହଜାର ଏବଂ ନିଜ ନାମରେ ଅଲଗା ୨୨ ଲକ୍ଷ ଟଙ୍କା ବେଆଇନ ଭାବରେ ଉଠାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାସହ କ୍ୟାସବୁକ୍, ଲେଜର ଓ ବ୍ୟାଙ୍କ ଜମା ଖାତା ମଧ୍ୟରେ ମେଳ ନଥିବା ତଦନ୍ତରେ ପ୍ରକାଶ ପାଇଛି।ଏନେଇ ବିଷମକଟକ ବିଧାୟକ ନୀଳମାଧବ ହିକକା ମଧ୍ୟ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଲ୍ୟାମ୍ପସ୍ରେ ଘଟିଥିବା ୭୫ ଲକ୍ଷ ଟଙ୍କାର ଦୁର୍ନୀତି ଘଟଣାରେ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ଡିଏସପି ସୂର୍ଯ୍ୟକାନ୍ତି ଟାକିରୀଙ୍କ ନେତୃତ୍ୱରେ ଭିଜିଲାନ୍ସର ୫ ଜଣିଆ ଦଳ କଲ୍ୟାଣସିଂହପୁର ଜିଲୁଣ୍ଡା ଗ୍ରାମରେ ଥିବା ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ଘରେ ଛାନବିନ କରିଥିଲେ। ପରେ ତାଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିବା ସହ କୌଣସି ଆବଶ୍ୟକ ନଥିପତ୍ର ମଧ୍ୟ ଦେଖାଇପାରିନଥିଲେ। ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୨୦୨୪ ରୁ ୨୦୨୬ ମଧ୍ୟରେ ଲ୍ୟାମ୍ପସ୍ ପାଣ୍ଠିରୁ ପ୍ରାୟ ୭୫ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା। ସରକାରୀ ରେକର୍ଡରେ ହେରଫେର କରି ଏହି ଅର୍ଥ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆତ୍ମସାତ ଅର୍ଥରେ ସମବାୟ ସମିତିର ସଦସ୍ୟମାନଙ୍କ ସଞ୍ଚୟ ଓ ଜମା ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ ଥିବାରୁ ସ୍ଥାନୀୟ ଲୋକମାନେ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଲ୍ୟାମ୍ପ ଉପରେ ଆର୍ଥିକ ସୁରକ୍ଷା ପାଇଁ ନିର୍ଭର କରୁଥିବା ଅନେକ ସଦସ୍ୟଙ୍କ ମଧ୍ୟରେ ଏହା ଚିନ୍ତାର କାରଣ ହୋଇଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୮ ତାରିଖ ୨୧.୦୫.୨୦୨୬ରେ ଦୁର୍ନୀତି ନିବାରଣ ଆଇନ ୨୦୧୮ ଓ ବିଏନଏସ ୨୦୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ପରେ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦେଇଛନ୍ତି। ସମବାୟ ବିଭାଗ ପକ୍ଷରୁ ଏହି ଘଟଣାର ସ୍ୱତନ୍ତ୍ର ଅଡିଟ୍ ପାଇଁ ସୁପାରିଶ କରାଯାଇଥିବାବେଳେ ଭିଜିଲାନ୍ସ ବିଭାଗ ତଦାରଖରେ ଏହା କରାଯିବ ବୋଲି ମଧ୍ୟ ଖବର ମିଳିଛି। ତେବେ ଏହାର ତଦନ୍ତ ପାଇଁ ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡା ରାୟଗଡ଼ାରେ ପହଞ୍ଚି ଥିବା ମଧ୍ୟ ଖବର ରହିଛି। ଏହି ଦୁର୍ନୀତିରେ ଆହୁରି ଜଣାପଡ଼ିଛି ଯେ, କଲ୍ୟାଣସିଂହପୁର ଲ୍ୟାମ୍ପସ୍ର ୩୩ ଜଣ ଚାଷୀଙ୍କ ମୋଟ ୨୮ ଲକ୍ଷ ୨୯ ହଜାର ୮୯ ଟଙ୍କା ସେମାନଙ୍କ ଅଜାଣତରେ ଆକାଉଣ୍ଟରୁ ଉଠାଯାଇଥିଲା। ନିଜ ଓ ପରିବାର ସଦସ୍ୟଙ୍କ ନାମରେ ଲ୍ୟାମ୍ପସ୍ ମାଧ୍ୟମରେ ବିଭିନ୍ନ ରାଶି ଟଙ୍କା ଉଠାଯାଇଥିବା ତଥ୍ୟ ମିଳିଛି। ସେ ଭାଇଙ୍କ ନାମରେ ୧୪ ଲକ୍ଷ ୨୧ ହଜାର, ବାପାଙ୍କ ନାମରେ ୩ ଲକ୍ଷ ୭୫ ହଜାର, ସ୍ତ୍ରୀ ଓ ସମ୍ପର୍କୀୟଙ୍କ ନାମରେ ୬ ଲକ୍ଷ ୬୫ ହଜାର ଏବଂ ନିଜ ନାମରେ ଅଲଗା ୨୨ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାସହ କ୍ୟାଶବୁକ୍, ଲେଜର ଓ ବ୍ୟାଙ୍କ ଜମା ଖାତା ମଧ୍ୟରେ ମେଳ ନଥିବା ମଧ୍ୟ ତଦନ୍ତରେ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବିଷମକଟକ ବିଧାୟକ ନୀଳମାଧବ ହିକକା ଭିଜିଲାନ୍ସ ତଦନ୍ତ ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
