May 10, 2026

ଗଜପତି:- ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ପହେଲଗାଁ ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

IMG-20250424-WA0133
Share

 

ଗଜପତି ଜିଲ୍ଲା ସଦର ମହକୁମା ବୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ଆଜି ବିଶ୍ବହିନ୍ଦୁ ପରିଷଦ–ବଜରଙ୍ଗ ଦଳ ଓଡ଼ିଶା (ପୂର୍ବ) ପକ୍ଷରୁ କାଶ୍ମୀର’ର ପହେଲ ଗାଓଁ ଠାରେ ଇସଲାମିକ ଜିହାଦୀ ଆତଙ୍କବାଦୀଙ୍କ ଦ୍ଵାରା ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର ଶତାଧିକ କର୍ମୀ ହତ୍ୟାର ଶିକାର ହୋଇଥିବାଙ୍କ ପ୍ରତି ଏକ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ପାକିସ୍ଥାନ ଆତଙ୍କବାଦୀଙ୍କ ବର୍ବୋରଚିତ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପାକିସ୍ଥାନ ପ୍ରତିଫ୍ଲାଗ ପୋଡ଼ିଥିଲେ ।

ଏହି ଅବସରରେ ଜିଲ୍ଲା ବଜରଙ୍ଗ ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ର ଏବଂ ଶ୍ରୀ ସରୋଜ ପଣ୍ଡା କହିଛନ୍ତି ଯେ , କାଶ୍ମୀରର ପାହେଲ ଗାଁ ଠାରେ ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ଯେଉଁଭଳି ଭାବେ ପାକିସ୍ଥାନ ଆତଙ୍କବାଦୀ ମାନଙ୍କ ଦ୍ଵାରା ହତ୍ୟା କରାଯାଇଛି , ତାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଭାରତ ଭଳି ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ଅଶାନ୍ତ କରିବା ପାଇଁ ପାକିସ୍ଥାନ ଆତଙ୍କବାଦୀ ମାନେ ଯେଉଁଭଳି ଅପଚେଷ୍ଟା ଚଳାଇଛନ୍ତି , ଏହାକୁ ଘୋର ନିନ୍ଦା କରୁଛୁ ।

ପାକିସ୍ତାନ ଆତଙ୍କବାଦୀ ମାନେ ହିନ୍ଦୁ ମାନଙ୍କ ପ୍ରତି ଯେଉଁଭଳି ବର୍ବରଚିତ ତଥା ନିର୍ମମ ହତ୍ୟାକାଣ୍ଡ ଘଟାଇଛନ୍ତି , ଏହା ସାରା ଭାରତବର୍ଷର ହିନ୍ଦୁ ମାନଙ୍କ ପାଇଁ ଏକ ବଡ଼ ଚେତାବନୀ । ହିନ୍ଦୁ ପର୍ଯ୍ୟଟକ ମାନଙ୍କ ପରିଚୟ ପଚାରି ପଚାରି ତାଙ୍କ ଛୁଆ ଓ ପତ୍ନୀ ମାନଙ୍କ ଆଗରେ ତାଙ୍କୁ ଯେଭଳି ହତ୍ୟା କରାଗଲା , ତାହା ଅତ୍ୟନ୍ତ ଦୁଃଖଦାୟକ । ହିନ୍ଦୁ ସନାତନୀ ମାନେ ନିଜ ଦେଶରେ ଏକ ପ୍ରକାର ଶରଣାର୍ଥୀ ହୋଇ ପଡ଼ିଛନ୍ତି । ଏହି ବର୍ବରଚିତ ହତ୍ୟା ଘଟଣା ସାରା ଭାରତ ବର୍ଷର ରହିଥିବା ୩-ଟି ସେନାବାହିନୀ ସମେତ ହିନ୍ଦୁ ଓ ସରକାର ପ୍ରତି ଏକ ବଡ଼ ଚେତାବନୀ ଓ ଆହ୍ବାନ । ତେଣୁ ଆଗାମୀ ଦିନରେ ଏହାର କଡା ଜବାବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ଵର ମହାପାତ୍ର , ନଗର ସଭାପତି ଶ୍ରୀ ରବି କୁମାର ସାହୁକାର , ନଗର ସମ୍ପାଦକ ଶ୍ରୀ କୁମାର ରେଡ୍ଡୀ ଏବଂ କୋଷାଧ୍ୟକ୍ଷ ଶ୍ରୀ ହରି ମୋହନ ପଟ୍ଟନାୟକଙ୍କ ସମେତ ଶତାଧିକ କର୍ମୀ ସାମିଲ ଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————