May 10, 2026

ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ।

IMG-20250424-WA0131
Share

 

ଗୁଣପୁର-(ସୁରେନ୍ଦ୍ର ମହାନ୍ତି )ତା:୨୪.୦୪.୨୦୨୫ରିଖ ଦିନ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗୁଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗ ଦେଇଥିଲେ । ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନର ସିଧାସଳଖ ପ୍ରସରଣ ଗୁଣପୁର ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ନିର୍ବାଚିତ ପ୍ରତିନିଧି ସିଧାସଳଖ ଭାବେ ଲୋକଙ୍କ ସହ ଯୋଡି ହୋଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ପ୍ରତିବଦ୍ଧତା ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଉପାଧ୍ୟକ୍ଷ ଆଦିବାସୀ ଭାଷାରେ ଦିବସ ପାଳନ ବିଷୟରେ ଅଭିଭାଷଣ ରଖିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ବିତ୍ତୀୟ ଅଧିକାରୀ ଉମାକାନ୍ତ ସାହୁ, ଭାରପ୍ରାପ୍ତ ପଞ୍ଚାୟତ ଉନ୍ନୟନ ଅଧିକାରୀ ପି ଦିବାକର, ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ପ୍ରଭା ପାତ୍ର, ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କାଳୀପ୍ରସାଦ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।