May 10, 2026
IMG-20250424-WA0130
Share

 

ଗୁଣପୁର-(ସୁରେନ୍ଦ୍ର ମହାନ୍ତି )ତା: ୨୪.୦୪.୨୦୨୫ରିଖ ଦିନ ଗୁଣପୁର ବ୍ଲକ ସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇ ଯାଇଛି । ଗୁଣପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉପ ଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରନଦୀପ କୌର ସହୋତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ଗୁଣପୁର ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କାଳୀ ପ୍ରସାଦ ପଣ୍ଡା, ବ୍ଲକ ପଶୁଧନ ଅଧିକାରୀ ରାଧେଶ୍ୟାମ ଦାସ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସସ୍ମିତା ମହାନ୍ତି, ସାହାରା ପରିବାର ପରାମର୍ଶ କେନ୍ଦ୍ର ସଚିବ ପ୍ରମୋଦ କୁମାର ସାହୁ, ଆଶା ଅନୁଷ୍ଠାନ ସମ୍ପାଦକ ଭେଣୁ ଗୋପାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜଣେ ମହିଳା ମାତୃତ୍ୱ ହେବା ଠାରୁ ଶିଶୁ ଜନ୍ମର ୪୫ଦିନ ପର୍ଯ୍ୟନ୍ତ ପୋଷଣର ଅଵଶ୍ୟକତା ଓ କିପରି ସେହି ପୋଷଣ ଦିଆଯିବ ତାହାରି ଉପରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରକାର ପୋଷଣ ସାମଗ୍ରୀର ପ୍ରଦର୍ଶନୀ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ବିଶେଷ କରି ମିଲେଟ ମିଶନ ଉପରେ ଗୁରୁତ୍ୱ ପ୍ରଦାନ କରି ମାଣ୍ଡିଆ ଲଢୁ, ବିସ୍କୁଟ, କେକ, ଦହିବରା, ପିଠା ଆଦି ପ୍ରଦର୍ଶନୀରେ ଗୁରୁତ୍ୱ ବହନ କରିଥିଲା । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀଙ୍କ ହାତ ତିଆରି ପିଠା, ଲଢୁ, ଦହି ପଖାଳ, ସଜନା ଶାଗ ଭଜା, ଜଳଖିଆ ଭଳି ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଦେଖି ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ କୁନି ଛୁଆ ମନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଶିଶୁ ବିକାଶ ଯୋଜନା ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଜଗନ୍ନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଯୋଗଦାନ କରିଥିଲେ ।