May 19, 2024

ଗାଁ ଗାଁ ରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

Share

ବୁଗୁଡ଼ା,୨୪/୪ :ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଗାଁ ରାଜନୀତି ସରଗରମ ହୋଇ ଉଠିଛି l ପୋଲସରା ନିର୍ବାଚନ ମଣ୍ଡଳୀରେ ଏ ଥର ବିଜୟ ବାନା ଉଡାଇବା ପାଇଁ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ କରି ବଳ ଗୋଟାଇବା ଆରମ୍ଭ କରିଛି ବିଜେପି l ବୁଗୁଡ଼ା ଏନ୍ ଏ ସି ର ୫୦ ଜଣ ଯୁବକ ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ବିରଞ୍ଚି ପୁର ଠାରେ ୫୦ରୁ ଉର୍ଦ୍ଧ୍ବ ଯୁବକ ବିଜେପିରେ ସାମିଲ ହୋଇଥିଲେ।ସେହିପରି ଭାମଶ୍ଯାଳୀ ଠାରେ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁଇ ପଞ୍ଚାୟତର ଓ ବୁଗୁଡ଼ା ଏନ୍ ଏ ସି ର ୨୫୦ରୁ ଉର୍ଦ୍ଧ କର୍ମକର୍ତ୍ତା ଓ ଯୁବକ ମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ।ସେମାନଙ୍କ ମଧ୍ୟରୁ ସୁରେନ୍ଦ୍ରନାଥ ବରାଡ,ବିଜୟାନନ୍ଦ ବେହେରା, ସୁବାଷ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ବରାଡ,ରମେଶ ଚନ୍ଦ୍ର ପ୍ରଧାନ, ମନୋଜ କୁମାର ମହାପାତ୍ର, ନାରାୟଣ ପୋଲାଇ,ସୁନୀଲ ଦାସ,ନବଘନ ପୋଲାଇ,ରାକେଶ ଜେନା,ସୁନୀଲ ମହାରଣା, ପବିତ୍ର ପଣ୍ଡା, ସୁନୀଲ ପଣ୍ଡା, ଅଜୟ ନାହାକ,ମନୋଜ କୁମାର ସାହୁ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିବା ବିଜେପି ପକ୍ଷରୁ ସୂଚନା ମିଳିଛି l ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ହରପ୍ରସାଦ ଦାଶ, ହରିହର ସାହୁ, ପୃଥିବୀରାଜ ଭଞ୍ଜଦେଓ, ସୁନୀଲ ପାଢ଼ୀ, ପଞ୍ଚାନନ ସାହୁ,ସତ୍ୟନାରାୟଣ ସାହୁ,ନୀଳାଞ୍ଚଳ ପଣ୍ଡା, କେଦାର ମହାରଣା,ସନ୍ତୋଷ ବିଶ୍ବାଳ,ଗୌର ପ୍ରଧାନ, ଗଙ୍ଗାଧର ନାୟକ,ପଞ୍ଚାନନ ସାହୁ,ବସନ୍ତ ସାମଲ,ମନୁ ରାଉତ, ଶମ୍ଭୁ ନାଥ ନାୟକ,ସରୋଜ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।