September 21, 2024

ଗୁଣୁପୁର ଗସ୍ତରେ ଆସୁଛନ୍ତି ପାଣ୍ଡିଆନ

Share

ଗୁଣୁପୁର,-ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସୁଛନ୍ତି ଭି କାର୍ତ୍ତିକ ପାଣ୍ଡିଆନ । ସେ ପ୍ରଥମେ ବିଷମ କଟକ ନିର୍ବାଚନ ମଣ୍ଡଳୀ ରେ ଯୋଗଦେଇ ସାରିବା ପରେ ଅପରାହ୍ନ ୫ଟା ରେ ଗୁଣୁପୁର ବସନ୍ତ ମହୋତ୍ସବ ପଡିଆ ରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ବିଜେଡି ଶିବିରରେ ଉତ୍ସାହ ଭରିଯାଇଛି । ପୂର୍ବରୁ ପାଣ୍ଡିଆନ ଗୁଣୁପୁର ଗସ୍ତରେ ଆସିଥିବା ବେଳେ ବିଭିନ୍ନ ଉପାସନା ପୀଠ ର ବିକାଶ ପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା ଗ୍ରହଣ କରିଥିଲେ । ସେହିପରି ବ୍ରହ୍ମପୁର-ଜୟପୁର ବିଜୁ ଏକ୍ସପ୍ରେସ ୱେ ତିନିବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ଓ ଗୁଣୁପୁର ଦେଇ ଜୟପୁର କୁ ସଂଯୋଗ କରିବ ବୋଲି କହିଥିଲେ ।(ସୁରେନ୍ଦ୍ର ମହାନ୍ତି )