May 19, 2024

ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ରାମ-ସୀତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ

Share

ବୁଗୁଡ଼ା : ତା ୨୪/୦୪/୨୪ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ପ୍ରାଙ୍ଗଣରେ ରାମ-ସୀତାଙ୍କ ବିବାହ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଚିତ୍ତ ରଞ୍ଜନ ମିଶ୍ର , ବୈଷ୍ଣବ ଚରଣ ଦାଶ , ଚିନ୍ମୟ ଦାଶ , ବାବୁ ଦାଶ ଓ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇଥିବା ବେଳେ ମହନ୍ତ ଭକ୍ତରାମ ଦାସ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ପବିତ୍ର ବୈଶାଖ କୃଷ୍ଣ ପ୍ରତିପଦା ତିଥିରେ ଉକ୍ତ ରାମ-ସୀତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ଦ୍ବିତୀୟା ତିଥିରେ ବନବାସ , ତୃତୀୟାରେ ଲଙ୍କା ପୋଡି ଓ ଚତୁର୍ଥୀରେ ରାମାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଜଣାଯାଇଛି । ଉକ୍ତ ବିବାହ ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା ବେଳେ ଶ୍ରୀ ବିରଞ୍ଚି ନାରାୟଣଙ୍କ ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇପଡିଥିଲା । ଉତ୍ସବ ପରିଚାଳନାରେ ମନ୍ଦିର ପୂଜକ ଉମାକାନ୍ତ ଦାଶ ଓ ବଳରାମ ପାଢୀ ସକ୍ରିୟ ସହଯୋଗ କରିଥିଲେ ।