April 27, 2026

   ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ

IMG-20260324-WA0033
Share

 

ବୋଲଗଡ଼,୨୪/୩(ଉପାନ୍ତ ଖବର): ବାସନ୍ତିକ ଦୁର୍ଗା ପୂଜା ଚୈତ୍ର ମାସର ଶୁକ୍ଳପକ୍ଷରେ ପାଳନ କରାଯାଉଥିବା ମା’ଦୁର୍ଗାଙ୍କ ଏକ ପବିତ୍ର ନବରାତ୍ର ପୂଜା। ଏହା ଶାରଦୀୟ ପୂଜା ଭଳି ଅଧିକ ଆଡମ୍ବରପୂର୍ଣ ନହେଲେ ମଧ୍ୟ ଶକ୍ତି ପୀଠ ଗୁଡିକରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ। ହିନ୍ଦୁ ପରମ୍ପରାରେ ଏହାକୁ ମା’ ଦୁର୍ଗାଙ୍କ ପ୍ରକୃତ ପୂଜା ସମୟବୋଲି ମାନ୍ୟତା ଦିଆଯାଏ। ଏହି ସମୟରେ ବିଭିନ୍ନ ଦେବୀ ପୀଠରେ ନବରାତ୍ରୀ ପୂଜା,ଷଷ୍ଠୀ ପୂଜା, ନବମୀରେ କୁମାରୀ ପୂଜା ଏବଂ ଚଣ୍ଡୀ ପାଠ କରାଯାଇଥାଏ। ଏପରି କି ଷଷ୍ଠୀ ରୁ ପୂଜା ଆରମ୍ଭ ହୋଇ ନବମୀ କିମ୍ବା ଦଶମୀରେ ଭସାଣି ହୋଇଥାଏ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଷଷ୍ଠୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ ପରେ ମା କାତ୍ୟାୟନୀ ବେଶରେ ଦର୍ଶନ ଦେଇଥିଲେ l ମା ଆଜି ଚତୁର୍ଭୁଜା , ସିଂଘ ବାହିନୀ, ବାମ ଉପରହସ୍ତ ପଦ୍ମ, ତଳ ହସ୍ତେ ଖଡ୍ଗ , ଦକ୍ଷିଣ ହସ୍ତ ଉପର ଅଭୟ ମୁଦ୍ରା , ତଳ ହସ୍ତେ ଆଶୀର୍ବାଦ ମୁଦ୍ରା ବେଶ ଆକର୍ଷଣୀୟ ହୋଇଥିଲା l

ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା l ଆଜି ମା”କାଳ ରାତ୍ରି ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି l ଚିତ୍ରକର ବିଜୟ କୁମାର ପଣ୍ଡା ପ୍ରତ୍ୟେକ ଦିନ ମା ‘’ ଙ୍କୁ ବେଶ କରୁଥିବା ବେଳେ କର୍ତ୍ତା କର୍ତ୍ତୀ ଭାବେ ହରେକୃଷ୍ଣ ମଙ୍ଗରାଜ ଓ ତାଙ୍କ ଧର୍ମପତ୍ନୀ ରାନୁବାଳା ମଙ୍ଗରାଜ ଯଜ୍ଞ ଆହୁତି ଦେଇଥିଲେ। ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ମା, ଙ୍କର ଆଶ୍ରିବାଦ ପାଇଁ ଆସୁଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।