ଗଜପତି:- ବିଶ୍ୱ ଜଳ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ..
ବିଶ୍ୱ ଜଳ ଦିବସ ପାଳନର ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଗଜପତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଓ ଜଳର ସୁସ୍ଥିର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ଅତିଥିମାନେ ଉପସ୍ଥିତ ରହି ସଭାକୁ ସମ୍ବୋଧନ କରିଥିଲେ :.ଶ୍ରୀ ପ୍ରସନ୍ନ କୁମାର ବେହେରା-ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଗଜପତି , ଶ୍ରୀ ମନୋଜ କୁମାର ଦାଶ-ସମାଜସେବୀ , ଡା.ମହେନ୍ଦ୍ର ରଇତ, ଅଧକ୍ଷ୍ୟ , ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାରଳାଖେମୁଣ୍ଡି ପ୍ରମୁଖ
ଅତିଥିମାନେ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେବା ସହ ଦୈନିକ ଜୀବନରେ ଜଳର ସଠିକ୍ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ।
——————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————–:——
