April 26, 2026

ଚୋରା ମାଟି ମାଫିଆଙ୍କ ଆକ୍ରମଣରେ ସାମ୍ୱାଦିକ ଗୁରୁତ୍ଵର, କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ

IMG-20260324-WA0031
Share

 

ରାଜ୍ୟରେ ଏବେ ଅସୁରକ୍ଷିତ ସାମ୍ୱାଦିକ। 1- ସାମ୍ବାଦିକ ଦୁଷ୍ମନ୍ତ ଙ୍କ ମାଝୀ ଉପରେ ଆକ୍ରମଣ, ଆକ୍ରମଣ କଲେ ମାଟି ମାଫିଆ ମଳୟ ସାହୁ ଓ ରମେଶ ପ୍ରଧାନ, 2- ଉଭୟଙ୍କ ଘର ଗୋପିଆକୁଦ ପଂଚାୟତ ର ବରୁଣ କନ୍ଧା ଗ୍ରାମରେ, 3- ଚୋରା ମାଟି ମାଫିଆ ଙ୍କ ଫଟୋ ଚିତ୍ର ଉତ୍ତୋଳନ କୁ ନେଇ ସାମ୍ବାଦିକଙ୍କୁ ସଂଘ ବଦ୍ଧ ଭାବେ ନିସ୍ତୁକ ମାଡ ମାରିଲେ ମାଟି ମାଫିଆ, 3- ଏ ଦୁଇ ମାଫିଆଙ୍କ ବିରୋଧରେ କୁଜଙ୍ଗ ଥାନା ରେ ଅଭିଯୋଗ ଆଣିଲେ ସାମ୍ବାଦିକ ଦୁଷ୍ମନ୍ତ ମାଝୀ , 4- ବାଲି ଓ ମାଟି କୁ ସରକାର ଲଘୁ ଖଣିଜ ଦ୍ରବ୍ୟ ମାନ୍ୟତା ଦେଉଥିବା ବେଳେ, ମାତ୍ର ମାନୁ ନାହାନ୍ତି କେତେକ ଚୋରା ମାଟି ମାଫିଆ, 5- ଦିବା ଲୋକରେ ହେଉଛି ଲଘୁ ଖଣିଜ ଦ୍ରବ୍ୟ ଚୋରି, ମାଟି ମାଫିଆ ଙ୍କୁ ପ୍ରସୟ ଦେଉଛି କିଏ , କାହା ନେଟୱର୍କ ହେଉଛି ଖେଳ, 6- ଚାଷୀ ମାଟି ମାଫିଆ ଙ୍କ ବିରୋଧରେ ଅଭିଯୋଗ କଲେ ବି ହେଉନି କାର୍ଯ୍ୟନୁଷ୍ଠାନ, ଏଠି ଚାଷୀ ନିରାଶ , କେବେ ନିଦ ଭାଙ୍ଗିବ ଲଘୁ ଖଣିଜ ଦ୍ରବ୍ୟ ଵିଭାଗ । ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ଗୋପିଆକୁଦ ପଞ୍ଚାୟତ ଷଣ୍ଢ ଛକ ନିକଟରେ। ତେବେ ପ୍ରତିଦିନ ଭଳି କୁଜଙ୍ଗ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ତଥା ସମ୍ବାଦ ର କୁଜଙ୍ଗ ପ୍ରତିନିଧି ଦୁଷ୍ମନ୍ତ ମାଝୀ ସକାଳ ସମୟରେ ମନିଂୱାର୍କ ପାଇଁ ଯାଇଥିବା ବେଳେ ଷଣ୍ଢ ଛକ ନିକଟରେ ଏକ କଲଭଟରେ ବସି ପରିଚିତ ବ୍ୟକ୍ତିଙ୍କ ସାଥିରେ ବାର୍ତ୍ତାଳାପ କରୁଥିଲେ। ଠିକ୍ ସେହି ସମୟରେ ଟ୍ରାକ୍ଟର ଯୋଗେ ଚୋରା ମାଟି ମାଫିଆ ମାନେ ମାଟି ନେଇ ଯାଉଥିବା ବେଳେ ସାମ୍ୱାଦିକ ଦୁଷ୍ମନ୍ତ ମାଝୀ ଫଟୋ ଚିତ୍ର ଉତ୍ତୋଳନ କରିଥିଲେ। ଯାହାକୁ ନେଇ ଚୋରା ମାଟି ମାଫିଆ ଗୌରାଙ୍ଗ ସାହୁ ଓ ରମେଶ ପ୍ରଧାନ ସଂଘ ବଦ୍ଧ ଭାବେ ଦୈନିକ ସମ୍ବାଦ ଖବର କାଗଜର କୁଜଙ୍ଗ ପ୍ରତିନିଧି ଦୁଷ୍ମନ୍ତ ମାଝୀଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।ମାତ୍ର ସେଠାରେ ବାର୍ତ୍ତାଳାପ କରୁଥିବା ଭଦ୍ରବ୍ୟକ୍ତି ଯଜ୍ଞେଶ୍ୱର ପଣ୍ଡା ଅଟକାଇବାରୁ ତାଙ୍କୁ ମଧ୍ଯ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ।ଯାହାକୁ ନେଇ ସାମ୍ବାଦିକ ଦୁଷ୍ମନ୍ତ ମାଝୀ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ମଧ୍ଯ ଅଭିଯୋଗ କରିବା ସହ ଆକ୍ରମଣ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ତେବେ ଦୈନଦିନ ନିଜ ପରିବାରକୁ ପଛରେ ପକାଇ ସମସ୍ତ ଜନ ସାଧାରଣଙ୍କ ଖବର ପ୍ରସାରଣ କରୁଥିବା ଗଣ ମାଧ୍ୟମ ପ୍ରତିନିଧି ତଥା ଚତୁର୍ଥ ସ୍ତମ୍ବ କୁହାଯାଉଥିବା ବେଳେ କିପରି ଚୋରା ମାଟି ମାଫିଆ ମାନେ ଏପରି ଘୁନ୍ୟ କାଣ୍ଡ ଘଟାଇଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏପରି ଅପ୍ରୀତିକର ଘଟଣାକୁ ଘଟାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରିଥିବା ମାଟି ମାଫିଆଙ୍କ ଉପରେ କେବେ ହେଉଛି ପୋଲିସର କାର୍ଯ୍ୟାନୁଷ୍ଠାନ ଓ କେବେ ଠପ୍ ହେଉଛି ମାଟି ଚୋରା ଚାଲାଣ ତାହା ଉପରେ ରହିଛି ସମସ୍ତଙ୍କ ନଜର। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )