ଆଜିର ଖବର..
୧-ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନିର୍ଦ୍ଦେଶାବଳୀ, ୧୧ଟାରୁ ଅପରାହ୍ନ ୩ଟା ଯାଏ କାମ ବନ୍ଦ ରହିବ।
୨-ମେ ୨୯ରେ ହେବ ଓଟିଇଟି ପରୀକ୍ଷା।ମାର୍ଚ୍ଚ ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଫର୍ମ ଫିଲପ କରିପାରିବେ।
୩-କଟକ/ଭୁବନେଶ୍ୱର:ହେଲମେଟ୍ ପିନ୍ଧିନଥିବାରୁ ୩,୧୫୭ ଓ ଦ୍ରୁତଗତି ପାଇଁ ୧,୫୫୮ଙ୍କ ବିରୋଧରେ ଚାଲାଣ ଜାରି।
୪-ଜନଗଣନାକୁ ମଝିରେ ମାତ୍ର ସପ୍ତାହେ। ଏପ୍ରିଲ୍ ୧ରୁ ମେ ୩୦ ଯାଏଁ ସ୍ୱ-ଗଣନା ସହ ଘର କାଉଣ୍ଟିଂ। ୩୩ଟି ପ୍ରଶ୍ନରେ କଣ ପଚାରିବେ, ଦିଆଯାଉଛି ଟ୍ରେନିଂ।
୫-ପୁରୀ:ଘନ କୁହୁଡ଼ିରେ ଲୁଚିଗଲା ପୁରୀ ଶ୍ରୀମନ୍ଦିର, ଭିଜିବିଲିଟି ରହିଥିଲା ଜିରୋ।
୬-ଓଡ଼ିଶାରେ ସାଇବର କ୍ରାଇମରେ ରେକର୍ଡ ବୃଦ୍ଧି; ୩ ବର୍ଷରେ ବଡ଼ ଝଟକା, କେବଳ୨୦୨୫ରେ ରିପୋର୍ଟ ହୋଇଛି ୨୮୦୩ ମାମଲା।
୭-ଭୁବନେଶ୍ୱର:SCB ତାତି, ବିଧାନ ସଭା ଚାଲିପାରୁନି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି।
୮-ରାଜ୍ୟରେ କଲବଲ କରିବ କାଳବୈଶାଖୀ, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି।
୯-ଦେଓଗାଁ:ମହୁଲ ପାଇଁ ସ୍କୁଲ ଖାଲି, ଶିକ୍ଷକ ଆସୁଛନ୍ତି,ପିଲା ଆସୁ ନାହାନ୍ତି।
୧୦-ଭୁବନେଶ୍ୱର:ଘରେ ଘରେ ବଢ଼ୁଛି ଥଣ୍ଡା, କାଶ ଓ ଜ୍ୱର; ଛାଡ଼ିବାର ନାଁ ଧରୁନି କାଶ ! ୨ରୁ ୩ ସପ୍ତାହ ଲାଗିରହୁଛି ଖୁଁ… ଖାଁ…।
୧୧-ରାଜ୍ୟରେ ଏବେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ; ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା
୧୨-ଉଦଳା: ମିଳିତ ଅଭିଯୋଗ ଶୁଣାଣି ଶିବିର,୯୯ ଅଭିଯୋଗ ଶୁଣାଣୀ କଲେ ଜିଲ୍ଲାପାଳ ଓ SP
୧୩-ଫୁଲବାଣୀ: ଫୁଲବାଣୀରେ ନବମ ଶ୍ରେଣୀ ଛାତ୍ରୀ ଶିଶୁପୁତ୍ର ଜନ୍ମ ଦେବା ଘଟଣାରେ ଜିଲ୍ଲପାଳଙ୍କ କଡା କାର୍ଯ୍ୟାନୁଷ୍ଠାନ,୫ ଶିକ୍ଷୟିତ୍ରୀଙ୍କ ବଦଳି,ଏନେମ ତୃପ୍ତିମୟୀ ନାୟକ ନିଲମ୍ବିତ।
୧୪-ଗ୍ୟାସ କଳାବଜାରୀ ଯୋଗୁ ବଢ଼ୁଛି ସମସ୍ୟା, ବନ୍ଦ ହେଉଛି ହୋଟେଲ ଓ ଜଳଖିଆ ଦୋକାନ।
୧୫-ଜୟପୁର:ଅନ୍ୟ ଜାତିର ଝିଅକୁ ବିବାହ ପଡିଲା ମହଙ୍ଗା, ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର।
୧୬-ଧାଏଁ ଧାଏଁ ଖସୁଛି ସୁନା-ରୂପା ଭାଉ। ୨୨ କ୍ୟାରଟ ସୁନା ଦିନକରେ ସାଢ଼େ ୯ ହଜାର ଟଙ୍କା ଶସ୍ତା। ରୁପା କେଜି ୨୦ ହଜାର ଟଙ୍କା ହ୍ରାସ। ସେୟାର ବଜାରରେ ହା ହା କାର ସ୍ଥିତି। ନିବେଶକଙ୍କୁ ୧୩ ଲକ୍ଷ କୋଟି ଘାଟା।
୧୭-ସିମଲା:ଆନାଡାଲେରେ ଆର୍ମି ହେରିଟେଜ୍ ମ୍ୟୁଜିୟମ୍ ରେ ପୁନଃନିର୍ମିତ ଶ୍ରଦ୍ଧାଞ୍ଜଳି ସ୍ଥଳ ଏବଂ ୫୨ ଫୁଟ ଉଚ୍ଚ ଜାତୀୟ ପତାକା ଉତ୍ସର୍ଗ କରାଯାଇଛି
୧୮-ଟ୍ରମ୍ପଙ୍କ ବଡ଼ ଘୋଷଣା: ଇରାନ ଉପରେ ୫ ଦିନ ବନ୍ଦ ରହିବ ଆକ୍ରମଣ, ଶାନ୍ତି ପାଇଁ ଆଲୋଚନା ଜାରି।
୧୯-ତେହେରାନ:ଟ୍ରମ୍ପଙ୍କ ବୟାନକୁ ଇରାନର ଅସ୍ଵୀକାର।ଆମେରିକା ସହ ଇରାନ କୌଣସି ଆଲୋଚନା କରିନାହିଁ।
୨୦-କୋଲମ୍ବିଆରେ ଭୟଙ୍କର ବିମାନ ଦୁର୍ଘଟଣା, ସେନା ବିମାନ କ୍ରାଶ; ୧୦୦ରୁ ଅଧିକ ଥିଲେ ଯବାନ।
