October 23, 2026

ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

IMG-20261023-WA0039
Share

 

ଅସ୍ତରଙ୍ଗ,ଶାରଦୀୟ ଦୁର୍ଗାପୂଜା ଅବସର ରେ, ଅସ୍ତରଙ୍ଗ ବ୍ଲକ ଆନ୍ତର୍ଗତ କଣ୍ଟାପଡା ଗ୍ରାମ ସ୍ଥିତ ଜାଗୁଳାଇ ଠାକୁରାଣୀ ଙ୍କ ୪୭ତମ ସାଂସ୍କୃତିକ ବାର୍ଷିକ ଉତ୍ସଚ୍ଚ ଠାକୁରାଣୀ ଙ୍କ ପ୍ରାଙ୍ଗଣରେ ଓଡିଶା ସରକାର ଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ର ଆନୁକୂଲ୍ୟରେ ୧୭ ଓ ୧୮ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଅଛି l ସମାଜସେବୀ, ଶୋଭାକାର ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପାଲା କଳାକାର ରାଜ କିଶୋର ମୁଦୁଲି,ପ୍ରବଚକ କାଳନ୍ଦୀ ଚରଣ ଛାଟୋଇ,ସମୟ ସମ୍ବାଦ ପତ୍ର ର ବରିଷ୍ଠ ସାମ୍ବାଦିକ, ଦୁଃଶାସନ ନାୟକ ଓ ଜାଗୁଳାଇ ଠାକୁରାଣୀ ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଶ୍ରୀ ଅମିୟ କୁମାର ପଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶାରଦୀୟ ଦୁର୍ଗାପୂଜା, ମହାନ ସାଂସ୍କୃତିକ ପର ମ୍ପରା ଓ ଆଧତ୍ମିକତା ବାଦ ସଂପର୍କରେ ବାର୍ତ୍ତା ସିଞ୍ଚନ କରିଥିଲେ।ପରିଶେଷରେ ଗ୍ରାମର ଅନ୍ୟତମ ମୂରବ ଶୀ ବିଜୟ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଠାକୁରାଣୀ ଙ୍କ ପୂଜକ ଓ ଗ୍ରାମ୍ୟ ପରିକ୍ରମାର ମୁଖ୍ୟ ସଂଯୋଜକ କ୍ଷେତ୍ରବାସି ଓଝା ଓ ଅମୀୟ କୁମାର ପଟ୍ଟନାୟକ ଙ୍କ ତତ୍ୱ ବଧାନରେ ଠାକୁରାଣୀଙ୍କୁ ଗ୍ରାମ ପରିର୍କମା କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆତ୍ର ତ୍ରାଣ ଓଝା, ସୁଜିତ କୁମାର ନାୟକ,ଶ୍ରୀ ଚରଣ ଓଝା ୱାଡ଼ ସଭ୍ୟା ପ୍ରଣତି ଓଝା ପ୍ରମୁଖ ଗ୍ରାମର ସମସ୍ତ ମୁରବି ଯୁବ ଗୋଷ୍ଟି ଉପସ୍ଥିତ ରହି ସମାରୋହ କୁ ସାଫଲ୍ୟ ମଣ୍ଡିତ କରି ଥିଲେ l ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଘୋଡ଼ା ନାଚ, ପାଲା ପ୍ରଭୃତି ଠାକୁରାଣି ଙ୍କ ନିକଟରେ ପରି ବେଷଣ କରା ଯାଇ ଥିଲା ।