October 23, 2026

ଖମ୍ୱାରୀଗାଁ ପଂଚାୟତ ରେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ….

IMG-20261023-WA0043
Share

 

ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପାତ୍ରପୁର ବ୍ଲକ୍‌ର ଖମ୍ୱାରୀଗାଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି।

ବିଧାୟକ ଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଖଣ୍ଡଦେଉଳି ପ୍ରାଥମିକ ବିଦ୍ୟାଳୟରେ ନିଜ ହାତପାଣ୍ଠିରୁ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହକୁ ଉଦ୍‌ଘାଟନ କରିଥିଲେ। ପରେ ଖମ୍ୱାରୀଗାଁରେ ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ନିର୍ମାଣ ହେବାକୁ ଥିବା କୋଠ ମଣ୍ଡପର ଶିଳାନ୍ୟାସ କରିଥିଲେ।

ଏହାପରେ ଲାଲକମାଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ବାଜାବାଦ୍ୟ ସହ ବିଧାୟକଙ୍କୁ ସ୍ୱାଗତ କରି ଗ୍ରାମ ପରିକ୍ରମା କରାଇଥିଲେ। ସେଠାରେ ନବନିର୍ମିତ ସାଂସ୍କୃତିକ ମଣ୍ଡପକୁ ସେ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ ସାମିଲ ଥିଲେ।ପରେବିଧାୟକ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ମିନା ଦ୍ୟାନସାମନ୍ତରା, ବ୍ଲକ୍‌ ଅଧ୍ୟକ୍ଷାଙ୍କ ପ୍ରତିନିଧି ୱାଇ. ମୋହନ ରାଓ, ପୂର୍ବତନ ସରପଞ୍ଚ ଆଇ. ବାଳକୃଷ୍ଣ ରେଡ୍ଡୀ, ସଦାନନ୍ଦ ନାୟକ, ଗୌରାଙ୍ଗ ପାଣିଗ୍ରାହି ଙ୍କ ସମେତ ବହୁ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।ଶୁଭଶ୍ରୀ ପ୍ରଧାନ