October 23, 2026

ଜନତା ହାଇସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ

IMG-20261023-WA0040
Share

 

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଜନତା ହାଇସ୍କୁଲ ବନ୍ତିଲୋ ର ପୁରାତନ ଛାତ୍ର ଛାତ୍ରୀ ତଥା ୧୯୭୬ ମସିହା ମାଟ୍ରିକ ବ୍ୟାଚ ଙ୍କ ବନ୍ଧୁ ମିଳନ ଶୁକ୍ରବାର ଦିନ ଏହି ବ୍ଲକ ର ପିର ଯାହାନିଆଁ ପୀଠ ଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇ ଅଛି l ପୁରାତନ ଛାତ୍ର ତଥା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପରିଡା ଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବ ରେ, ପୁରାତନ ଛାତ୍ର ଛାତ୍ରୀ ଙ୍କ ବୃକ୍ଷ ରୋପଣ, ସଫେଇ, ଯେଉଁ ଛାତ୍ର ଛାତ୍ରୀ ମାନେ ଅଧା ପାଠ ପଢି ଛାଡ଼ୁଛନ୍ତି, ସେମାନଙ୍କୁ ବିଦ୍ୟାଳୟ କୁ ଆଣିବା ପାଇଁ ଜନ ସମ୍ପର୍କ ରକ୍ଷା କରିବା, ସହ ଏହି ପୁରୁଣା ଛାତ୍ର ଛାତ୍ରୀ ମାନେ ଦୀର୍ଘ ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏକତ୍ରିତ ହେବା ଆଦି ଉପରେ ଆଲୋଚନା କରା ଯାଇଥିଲା l ଆହୁରି ମଧ୍ୟ ଅନେକ ଉଚ୍ଚ ପଦବୀରୁ ଅବସର ନେଇ ଥିବାରୁ ଏମାନେ ଏକତ୍ରିତ ହୋଇ ସମାଜ ପାଇଁ କିଛି ଭଲ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନେଇଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ର ଶିକ୍ଷକ ଓ କେତେ ଜଣ ପୁରାତନ ଛାତ୍ର ଛାତ୍ରୀ ମୃତ୍ୟୁ ବରଣ କରି ଥିବାରୁ ସେମାନଙ୍କ ପାଇଁ ଏକ ମିନିଟ ନିରବ ପ୍ରାଥନା କରା ଯାଇ ଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିନାୟକ ଦେବ ନୋଡାଲ ହାଇ ସ୍କୁଲ ନଇଗୁଆଁ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଚରଣ ସ୍ୱାଇଁ,ଶିକ୍ଷକ ସନାତନ ବେହୁରା, ଓ ନୀଳମଣି ମାଣିକ, ମନୋରଞ୍ଜନ ପଣ୍ଡା, ପ୍ରହ୍ଲାଦ ନାୟକ, ବାବା ନିର୍ଭୟା ନନ୍ଦ,( ଜଳଉକା ଆନନ୍ଦ ଧାମ, ଟାଙ୍ଗୀ କଟକ )ରାମ ଓଝା, ମଙ୍ଗୁଳି ରାଉତ, ସନାତନ ନାୟକ, ସୁନାକାର ମୁରୁଣି, କୈଳାସ ମହାନ୍ତି ଓ ପ୍ରସନ୍ନ ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ଯୋଗଦାନ କରି ଆଲୋଚନା ରେ ଭାଗ ନେଇ ଥିଲେ l