ଲାଲ କମାଗାଁ ରେ ବି ଜେ ପି ର ମିଶ୍ରଣ ପର୍ବ…
ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପାତ୍ରପୁର ବ୍ଲକ୍ର
ଖମ୍ୱାରୀଗାଁ ପଞ୍ଚାୟତର
ଲାଲ କମାଗାଁରେ ଆୟୋଜିତ ମିଶ୍ରଣ ପର୍ବରେ କିଛି ପରିବାରର ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ବିଧାୟକ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
ଲାଲକମାଗାଁରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଡି. ଅନନ୍ତ, ଡି. ଜଗନ୍ନାଥନ, ବୃନ୍ଦାବନ ରେଡ୍ଡୀ ଓ ଜି. ପ୍ରକାଶଙ୍କ ସମେତ ଅନେକ ପରିବାରର ସଦସ୍ୟ ବିଜେପିରେ ସାମିଲ ହୋଇଥିଲେ। ବିଧାୟକ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାଂସଦ ପ୍ରତିନିଧି ମିନା ଦ୍ୟାନସାମନ୍ତରା, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ୱାଇ. ମୋହନ ରାଓ, ପୂର୍ବତନ ସରପଞ୍ଚ ଆଇ. ବାଳକୃଷ୍ଣ ରେଡ୍ଡୀ, ସଦାନନ୍ଦ ନାୟକ, ଗୌରାଙ୍ଗ ପାଣିଗ୍ରାହି ଙ୍କ ସମେତ ବହୁ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।ଶୁଭଶ୍ରୀ ପ୍ରଧାନ
