କେ.ନୂଆଗାଁ ପୋଲିସ କୁ ବଡ଼ ସଫଳତା ୯ଜଣ ଜୁଆଖେଳାଳି ଗିରଫ

ଗଂଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚ.ଟିକରପଡା ଗ୍ରାମରେ ବେଆଇନ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଛି । ଏହି ଚଢ଼ାଉରେ ଜୁଆ ଖେଳୁଥିବା ୯ଜଣଙ୍କୁ ପୋଲିସ ଧରିବା ସହ ନଗଦ ୧ଲକ୍ଷ୫୫ହଜାର ୬୦ଟଙ୍କା ଜବତ କରିଛି । ପୋଲିସ ସୂଚନା ଅନୁଯାୟୀ,ଗତ ୨୧ତାରିଖ ରାତି ପ୍ରାୟ ୧୧:୩୦ ମିନିଟରେ ରାତ୍ରିକାଳୀନ ପାଟ୍ରେଲିଂ ସମୟରେ ସିଏଚ.ଟିକରପଡା ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ କୁ ବିଶ୍ବସ୍ତ ସୂଚନା ମିଳିଥିଲା । ଏହାପରେ କେ.ନୂଆଗାଁ ଥାନା ପୋଲିସ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ପୋଲିସ କୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ୯ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଘଟଣାସ୍ଥଳରୁ ନଗଦ ୧.୫୫.୦୬୦ଟଙ୍କା ,୬ ପ୍ୟାକେଟ୍ ତାସ,୬ଟି ମୋବାଇଲ ଫୋନ, ଗୋଟିଏ ନାଲି ରଙ୍ଗର ଟଚ୍ଚ ଓ ଗୋଟିଏ ନାଲି ତାରପୋଲିନ୍ ଜବତ କରାଯାଇଛି । ଏହି ଘଟଣାରେ କେ.ନୂଆଗାଁ ଥାନାରେ ଟେଷ୍ଟ ନଂ ୨୪୦/୨୧.୧୦.୨୦୨୬ ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା (BNS)ଧାରା୧୧୨(୨) ଏବଂ ଓଡ଼ିଶା ଜୁଆ ନିରୋଧ ଆଇନର ଧାରା ୩ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ଚିକିଟି ଶୁଭଶ୍ରୀ ପ୍ରଧାନ
