ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ର ଭଷାଣି ଯାତ୍ରା ସମ୍ପନ୍ନ

ସମ୍ବଲପୁର/
ସମ୍ବଲପୁର ସହରର ପ୍ରସିଦ୍ଧ ଗୋବିନ୍ଦତୋଳା ଦୁର୍ଗାପୂଜାର ଭଷାଣି ଯାତ୍ରା ମହାସମାରୋହ ଅନୁଷ୍ଠିତ ହୋଇଯାଇଛି l ଗତକାଲି ମାଁ ଭୁବନେଶ୍ୱରୀ ଙ୍କର ମହାଦଶମୀ ଓ ଅପରାଜିତ ସମ୍ପନ୍ନ ହେବା ସହ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହୋଇଥିଲା l
ଆଜିର ବିସର୍ଜନ ଶୋଭାଯାତ୍ରା ଗୋବିନ୍ଦତୋଳା ମଣ୍ଡପ ରୁ ବାହାରି ଗୋବିନ୍ଦତୋଳା ପୁରୁଣା ବସ୍ତି ବୁଲିଲା ପରେ ଧନୁପାଲି ଛକ ଯାଏ ଯାଇଥିଲା l ଧନୁପାଲି ଛକ ରେ ଧନୁପାଲି ଦୁର୍ଗାପୂଜା କମିଟି ପକ୍ଷରୁ ମାଁ ଭୁବନେଶ୍ୱରୀ ଙ୍କର ପୂଜାର୍ଚନା କରାଯାଇଥିଲା l ଧନୁପାଲି ଛକ ରେ ଆତସବାଜି ଓ ଆଖଡ଼ା ଖେଳ କରାଯାଇଥିଲା l ଦୂଲଦୁଲି, ଘଣ୍ଟ ଶଙ୍ଖ ର ପ୍ରକମ୍ପନ ରେ ହଜାର ହଜାର ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ସ୍ଥାନେ ସ୍ଥାନେ ଶ୍ରଦ୍ଧାଳୁ ମାନେ ମାଁ ଭୁବନେଶ୍ୱରୀ ଙ୍କୁ ପୂଜାର୍ଚନା, ଧୂପ ଆଳତି କରି ବିଦାୟ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l
ଏହି ମାଁ ଙ୍କର ବିଦାୟ ଶୋଭାଯାତ୍ରା ରେ ଘଣ୍ଟ ଶଙ୍ଖ, ଦୂଲଦୁଲି ବାଜା ସହ ମାନେଶ୍ଵର ର ଡମ୍ବରୁ ଢୋଲ ବାଦ୍ୟ, ମହିଳା ଆଖଡ଼ା, ଟେଡ୍ଡୀ ନୃତ୍ୟ, ନରସିମ୍ହା ନୃତ୍ୟ, ଜନଜାତୀୟ ନୃତ୍ୟ, ପଂଜାବୀ ଭାଙ୍ଗଡ଼ା ଢୋଲ ବାଜା, ପୁଷ୍ପା କ୍ଲୋନ, ଡିଜେ ଲାଇଟ ସାମିଲ କରାଯାଇଥିଲା l ଯାହାକି ଶୋଭଯାତ୍ରା କୁ ଆକର୍ଷଣୀୟ କରିଥିଲା l
ମାଁ ଭୁବନେଶ୍ବରୀ ଙ୍କର ପୂଜା କାର୍ଯ୍ୟରେ ଗୌରୀଦାସ ପଣ୍ଡା, ଦୀପକ ପଣ୍ଡା, ଅନିଲ ନାୟକ, ପ୍ରକାଶ ପଣ୍ଡା, ଦାଶରଥି ପଣ୍ଡା, ଟୁଲୁ ବଡ଼ପଣ୍ଡା, ପ୍ରତୀକ ପଣ୍ଡା ପ୍ରମୁଖ ସମ୍ପନ୍ନ କରିଥିବା ବେଳେ ଦୁର୍ଗାପୂଜା କମିଟି ର ସଭାପତି ପ୍ରସନ୍ନ ପାଢ଼ୀ, ସମ୍ପାଦକ ସଞ୍ଜୟ ସାହୁ, ଅଜୟ ସାହୁ, ପ୍ରଦୀପ ପାଢ଼ୀ, ରମାକାନ୍ତ ବେରିହା, ଜୟନାରାୟଣ ଶତପଥି, ମନୋରଞ୍ଜନ ପଣ୍ଡା, ରାଜୁ ଶର୍ମା, ଫିରୋଜ ପଣ୍ଡା, ସୋନୁ ମହାପାତ୍ର, ସମୀର ବିଶ୍ୱାଳ, ସଞ୍ଜୟ ତ୍ରିପାଠୀ, ସୁପ୍ରିୟ ପାଣିଗ୍ରାହୀ, ତର୍ପଣ, ପ୍ରଧାନ, ରାଜୁ ପୁରୋହିତ, ଦୀନେଶ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l
ମାଁ ଭୁବନେଶ୍ୱରୀ ଓ ପାର୍ଶ୍ଵ ଦେବଦେବୀ ଙ୍କର ଭଷାଣି ଯାତ୍ରା ଧନୁପାଲି ରୁ ପୁଣି ଗୋବିନ୍ଦତୋଳା ଛକ କୁ ଫେରିଲା ପରେ ହରଡ଼ ଜୋର ଭଷାଣି ଘାଟରେ ବିସର୍ଜନ କରାଯାଇଥିଲା l
