ଭାର୍ଗବୀ ନଦୀକୂଳ ବୃକ୍ଷ ସୁରକ୍ଷା ସଂଗଠନ ପକ୍ଷରୁ “ବୃକ୍ଷବନ୍ଧୁ ସମ୍ମାନ” ଉତ୍ସବ ଅନୁଷ୍ଠିତ —

ପୁରୀ(ରମେଶ ସାହୁ)ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହ ରେ ଭାର୍ଗବୀ ନଦୀକୂଳ ବୃକ୍ଷ ସୁରକ୍ଷା ସଂଗଠନ,ତୋରାଣିଆ,ରାୟ ଚକ୍ରଧରପୁର ସତ୍ୟବାଦୀ ପକ୍ଷରୁ ବୃକ୍ଷବନ୍ଧୁ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ସୁବାସ ଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ.ରାଜେଶ ମିଶ୍ର, ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ,ପୁରୀ ସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଚିଲିକାବନ୍ଧୁ ରାଧାକାନ୍ତ ସାହୁ, ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଭାପତି ବାବୁଲା ପ୍ରସାଦ, ସମାଜସେବୀ ଅସୀମା ପଟ୍ଟନାୟକ, ନିଡ଼ ଆଣ୍ଡ ହେଲ୍ପ ଫାଉଣ୍ଡେସନ ର ଅଧ୍ୟକ୍ଷା ପ୍ରିୟାଂଶି ଦାସ, ଆଡଭୋକେଟ ଦେବୀପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇ ପ୍ରଥମେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ନଡ଼ିଆ ବାଡେଇ ବୃକ୍ଷ ଦେବତାଙ୍କୁ ପୂଜା କରିଥିଲେ।ଅନୁଷ୍ଠାନ ର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ନିଜର ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ କହିଥିଲେ ଯେ ବିଭିନ୍ନ ଅନୁଷ୍ଠାନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ଭାର୍ଗବୀ ନଦୀ କୂଳ ବୃକ୍ଷ ସୁରକ୍ଷା ସଂଗଠନ ଓଡିଶାରୁ ବିଭିନ୍ନ ଅନୁଷ୍ଠାନ ଏବଂ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱ ମାନଙ୍କୁ ବୃକ୍ଷ ବନ୍ଧୁ ସମ୍ମାନରେ ସମ୍ମାନିତ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ।ପରେ ପରେ ସମସ୍ତ ଅନୁଷ୍ଠାନ ଏବଂ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା।ସର୍ବ ଶେଷରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ.ରାଜେଶ ମିଶ୍ର ପୁରୀ ଜିଲ୍ଲା ବାଳିକା ବିଭାଗ ହକି ଗୋଲ କିପର ଲିପ୍ସାରାଣୀ ଙ୍କୁ ସମ୍ମାନିତ କରିବା ସହିତ ଅନୁଷ୍ଠାନ ର ସଭାପତି ସୁବାସ ଚନ୍ଦ୍ର ଲେଙ୍କା ଙ୍କୁ ପୁରୀ ଜିଲ୍ଲାର ବରିଷ୍ଠ କଂଗ୍ରେସ କର୍ମୀ ଭାବେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରିୟାଂସି ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ରମେଶ ସାହୁଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ।
