April 26, 2026

ଜାମଟିକ୍ରା ଗ୍ରାମରେ ଗିରି ଗୋବର୍ଦ୍ଦନ ପୂଜା

IMG-20251023-WA0083
Share

 

 

ଆଜି ଗୁରବାର ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ଅଧିନ ଜାମଟିକ୍ରା ଗ୍ରାମରେ ପାରମ୍ପରିକ ରିତୀନିତି ଅନୁସାରେ ମହାସମାରୋହରେ ପାଳିତ ହୋଇଯାଇଛି |ଏଥିରେ କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ ଭୁବନ ପ୍ରଧାନ ଓ ତାଙ୍କ ପତ୍ନୀ ଶିଷ୍ଠାବତୀ ପ୍ରଧାନ,ପୂଜା କାର୍ଯ୍ୟ ପରିଚାଳନା କରିଥିଲେ ପଣ୍ଡିତ ପ୍ରଦ୍ୟୁଷ କୁମାର ରଥ |ଅପରାହ୍ନ ସମୟରେ ସହଁରାପଡା ବାସୀ ଏକ ବିରାଟ ଜୁଗାର ଆଣି ପ୍ରଭୁ ଗିରି ଗୋବର୍ଦ୍ଦନ ନିକଟରେ ଅର୍ପଣ କରିଥିଲେ |ଏହି ଅବସରରେ ସନ୍ଧ୍ୟା ସମୟରେ ଭାଙ୍ଗକୁଦ ଓ ମୁଡଘାଟର ମହିଲା ସଂକୀର୍ତ୍ତନ୍ୟ ପରିବେଷିତ ହୋଇଥିବା ବେଳେ ରାତିରେ ଲକ୍ଷ୍ମି ଅପେରା ର କଳାକାର ମାନେ ନାଟକ ପରିବେଷଣ କରିଥିଲେ |ଏହି ପୂଜା ଦେଖିବାପାଇଁ ଆଖପାଖ ଗ୍ରାମରୁ ଶତାଧିକ ଲୋକଙ୍କ ଭିଡ ଜମିଥିଲା |