April 26, 2026

ଦୟାପଲ୍ଲୀରେ ଗୌରୀଆମ୍ମା ଯାତ୍ରା ଉଦଯାପିତ ..

IMG-20251023-WA0076
Share

 

ବ୍ରହ୍ମପୁର(ପି.କୃଷ୍ଣମୂର୍ତ୍ତି)ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଦୟାପଲ୍ଲୀ ଗାଁରେ ରହୁଥିବା ତେଲୁଗୁ ସଂପ୍ରଦାୟର ଲୋକ ମାନେ ପାଳନ କରିଥାନ୍ତି ଗୌରୀଆମ୍ମା ପୁଜା ଏହା ଏକ ଗଣପର୍ବ ଭାବେ ଏଠାରେ ପାଳନ କରାଯାଏ।ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ସମସ୍ତ ଚାଷୀ ପରିବାର ଏହି ପୁଜା ପାଳନ କରିଥାନ୍ତି।କଳା,ସଂସ୍କୃତି ଓ ପରମ୍ପରାର ଜିଲ୍ଲା ଗଞ୍ଜାମ।ଏଠାରେ ଓଡ଼ିଆ ଏବଂ ତେଲୁଗୁ ସଂପ୍ରଦାୟର ଲୋକେ ରହୁଥିବା ବେଳେ ଉଭୟ ଉଭୟଙ୍କ ପରମ୍ପରା ଓ ସଂସ୍କୃତିକୁ ପାଳନ କରିଥାନ୍ତି।ଏହାର ଉଦାହରଣ ଗୌରୀଆମ୍ମା ପୁଜା ଅନ୍ୟତମ ଏହି ପୁଜାକୁ ଉଭୟ ସମ୍ପ୍ରଦାୟର ଚାଷୀମାନେ ପାଳନ କରିଥାନ୍ତି।ଏହି ଋତୁରେ ଚାଷୀ ମାନେ ସେମାନଙ୍କ ଚାଷବାସ ଏବଂ ରୁଆ କାମ ସାରି ଫସଲ ଅମଳ ଅପେକ୍ଷାରେ ରହିଥିବା ବେଳେ ଏହି ଗୌରୀ ଆମ୍ମା ପୁଜା କଲେ ଭଲ ଫସଲ ଅମଳ ହେବା ବିଶ୍ଵାସ ରହିଛି।ପ୍ରତ୍ୟେକ ଚାଷୀ ପରିବାର ଏହି ପୁଜାକୁ ପାଳନ କରିଥାନ୍ତି। ଶରତର ଶେଷ ଓ ହେମନ୍ତ ଋତୁର ଆଗମନ ସମୟରେ ଶିବ ଓ ପାର୍ବତୀଙ୍କ ମିଳିତ ଭାବେ ବିଶ୍ଵ ଭ୍ରମଣ କରିବାର ପ୍ରତୀକ ଭାବେ ଏହି ପୁଜା ପାଳନ କରିଥାନ୍ତି।ନନ୍ଦୀ ଅର୍ଥାତ ବୃଷଭ ଉପରେ ଶିବ ସହ ପାର୍ବତୀ ପ୍ରତୀମାକୁ ପୂଜା କରାଯାଇଥାଏ।କୁମାର ପୂର୍ଣ୍ଣିମା ଏହି ଉତ୍ସବ ଠାରୁ ଆରମ୍ଭ ହୋଇଥିବା ଏହି ପୁଜାକୁ କେତେକ ଅତି କମରେ ୧୮ ଦିନ ଯାଏଁ ପାଳନ କରିଥାନ୍ତି। ଏହି ପୁଜା ପାଳନ କଲେ ଚାଷ କାର୍ଯ୍ୟ ଭଲ ହେବା ସହ କୌଣସି ପ୍ରକାର ରୋଗ କିମ୍ବା ପୋକର ପ୍ରଭାବ ପଡିନଥାଏ ବୋଲି ବିଶ୍ଵାସ ରହିଥିବା କୁହାଯାଉଛି।ଏହି ପୁଜା ପାଇଁ କୁମାର ପୁର୍ଣିମା ଦିନ ମହିଳା ମାନେ ନିୟମ ନିଷ୍ଠାର ସହିତ ପାଳନ କରିଥାନ୍ତି।ଦିନ ତମାମ ଉପବାସ ରହିଥାନ୍ତି।ନୂତନ ବସ୍ତ୍ର ପରିଧାନ କରିଥାନ୍ତି ଓ ବହୁ ଉତ୍ସାହ ସହ ଗୌରୀଆମ୍ମା ପୂଜା ଆରମ୍ଭ କରିଥାନ୍ତି।ପୂଜା ମଣ୍ଡପ ଚାରି ପଟରେ ମୁଗ ବୁଣିବା ଦ୍ଵାରା କୁମାରୀ ମାନଙ୍କ ଭଲ ବରପାତ୍ର ମିଳିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।ଅନେକ କୁମାରୀ ମାନେ ଏହି ପୂଜା କରିଥାନ୍ତି।ବିଶେଷ କରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ଦୟାପଲ୍ଲୀ ଗାଁରେ ତେଲୁଗୁ ସଂପ୍ରଦାୟର ଲୋକ ବସବାସ ରହୁଥିବାରୁ ଉକ୍ତ ଗ୍ରାମବାସୀ ମାନଙ୍କରେ ଏହି ଯାତ୍ରାର ଅନ୍ତିମ ଦିବସରେ ପ୍ରବଳ ଜନସମାଗମ

ହୋଇ ଗୌରୀଆମ୍ମା ଓ ଶିବ ପାର୍ବତୀଙ୍କ ବିଭିନ୍ନ ସାହି ପରିକ୍ରମା କରି ଶେଷରେ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଦିଅନ୍ତି।ସମସ୍ତ ପ୍ରକାର ନୀତି ସଂକ୍ଷିପ୍ତ ଭାବେ ସମାପନ କରାଯାଉଥିବା ସୁଚନା ମିଳୁଛି।ଏହି ଯାତ୍ରାକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।