ବଡକୋଦଣ୍ଡା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଓ ବନମହୋତ୍ସବ ପାଳନ

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗତ ଜୁଲାଇ ମାସରୁ ରାଜ୍ୟର ସମସ୍ତ ବ୍ଳକ୍ ଅନ୍ତର୍ଗତ କ୍ଲଷ୍ଟର ଗୁଡ଼ିକରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଆସୁଛି। ସେହି କ୍ରମରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଂଚାଳନ ହୋଇ ଆସୁଅଛି। ଏ ବର୍ଷର ପ୍ରଥମ ବୈଠକ ଗତ ଜୁଲାଇ ମାସରେ ଭଞ୍ଜନଗର ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଅବସରରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସୂର୍ଯ୍ୟ ନାଇକ, ଏବିଇଓ ଶ୍ରୀ ଗଜେନ୍ଦ୍ର ସେଠୀ, ୟୁବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମଦନ ମୋହନ ରଥ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ସସ୍ମିତା ମିଶ୍ର, ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ରେଞ୍ଜ ଅଫିସର ଶ୍ରୀ ବିମ୍ବାଧର ସାହୁ, ଫରେଷ୍ଟ ଅଫିସର ଓ ବନବିଭାଗ କର୍ମଚାରୀମାନଙ୍କ ସହାୟତାରେ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗହଣରେ ବନମହୋତ୍ସବ ପାଳନ ସହିତ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା।ସେହିପରି ଅଗଷ୍ଟ ମାସରେ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସହିତ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ବନମହୋତ୍ସବ ପାଳନ ସହିତ ବୃକ୍ଷ ଚାରା ରୋପଣ କରାଯାଇଥିଲା। ତାପରେ ସେପ୍ଟେମ୍ବର ମାସରେ ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରଚେଷ୍ଟାରେ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ବନମହୋତ୍ସବ ପାଳନ ହୋଇଥିଲା। ସେହି କ୍ରମରେ ଅକ୍ଟୋବର ମାସରେ ଡି. କଇଠପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଚରଣ ବେହେରା, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ମଦନ ମୋହନ ରଥ, ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ଆଶା ଲତା ବେହେରା ଉପସ୍ଥିତ ରହି କ୍ଲଷ୍ଟର ସ୍ତରୀୟ ବୈଠକର ଲକ୍ଷ ଓ ଉଦ୍ଦେଶ୍ୟ ତଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଜ ନିଜର ମତାମତ ସହ ମଡ୍ୟୁଲ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମସ୍ତଙ୍କ ଗହଣରେ ବିଦ୍ୟାଳୟ ମଧ୍ୟରେ ବନମହୋତ୍ସବ ପାଳନ ସହିତ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆଧାରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ଏସ୍ ଏମ୍ ସି ସଭାପତି, ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ପାଚିକା ସହାୟିକା ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ।
ପ୍ରକାଶ ଥାଉକି, ଏବର୍ଷ ଜୁଲାଇ ମାସରେ ବଡକୋଦଣ୍ଡା କ୍ଲଷ୍ଟରର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ମଦନ ମୋହନ ରଥଙ୍କ ତତ୍ତ୍ୱାବଧାନରେ ଓ ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ ଏବଂ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ରେଞ୍ଜ ଅଫିସର ଶ୍ରୀ ବିମ୍ବାଧର ସାହୁ, ରେଞ୍ଜ ଅଫିସର ଶ୍ରୀ ପୃଥ୍ୱୀରାଜ ପ୍ରଧାନ, ବନପାଳ ଓ ଅନ୍ୟାନ୍ୟ ବନବିଭାଗ କର୍ମଚାରୀମାନଙ୍କ ମାନଙ୍କ ଉପସ୍ଥିତିରେ ବନମହୋତ୍ସବ ପାଳନ ସହିତ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ତା ସହିତ ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସିଙ୍କ ଆହ୍ଵାନ କ୍ରମେ ପ୍ରଧାନ ଶିକ୍ଷକ ଆର୍ ସୁଧାଂଶୁ ଶେଖର ବେହେରା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହାୟତାରେ ବନବିଭାଗ ଉପସ୍ଥିତିରେ ଏବଂ ନୂଆସାହି ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ସସ୍ମିତା ରାଣୀ ତ୍ରିପାଠୀ, ଅନ୍ୟ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଗହଣରେ ବନମହୋତ୍ସବ ପାଳିତ ହୋଇଥିଲା। ସେହିପରି କ୍ଲଷ୍ଟରର ଅନ୍ୟାନ୍ୟ ବିଦ୍ୟାଳୟ ମାନଙ୍କରେ ମଧ୍ୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀମାନଙ୍କ ସହିତ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଆଧାରରେ ବିଦ୍ୟାଳୟ ମଧ୍ୟରେ ବନମହୋତ୍ସବ ପାଳନ ସହିତ ବୃକ୍ଷ ଚାରା ରୋପଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ରୋପଣ ପାଇଁ ଚାରା ବଣ୍ଟନ କରାଯାଇଥିଲା।
