April 26, 2026

ଜଳଜିରା ପିଆଇ ମୋବାଇଲ ଓ ଟଙ୍କା ଲୁଟ

IMG-20251023-WA0034
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଅପରାଧ ପ୍ରବଣ ଅଞ୍ଚଳ ଅଟେ। ଏଠାରେ ହତ୍ୟା, ଡକାୟତି, ଟ୍ରେନରେ ଲୁଟମାର ଏକ ସାଧାରଣ କଥା। ଏପରି ଏକ ଘଟଣା ଗତକାଲି ସାମ୍ନାକୁ ଆସିଛି। ଗତକାଲି କେସିଙ୍ଗା ରେଳ ଷ୍ଟେସନରୁ ତିନିଜଣ ଯୁବକଙ୍କୁ ବେହୋସ ଅବସ୍ଥାରେ ରେଲୱେ ପୋଲିସ ଓ କେସିଙ୍ଗା ପୋଲିସ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସା ପରେ ଦୁଇଜଣ ଯୁବକଙ୍କ ହୋସ ଆସିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ’ ସେମାନଙ୍କ ମୋବାଇଲ ଓ ଟଙ୍କା ଗାଏବ ଅଛି। ଏହାପରେ ଯୁବକ ମାନେ କହିଥିଲେ ଯେ’, କିଛି ଅପରିଚିତ ଯୁବକ ଏହି ତିନି ଜଣଙ୍କ ସହ କୌଣସି ବାହାନାରେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ଘନିଷ୍ଠତା ବଢ଼ାଇ କଥାବାର୍ତ୍ତା ଆଳରେ ଜଳଜିରା ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ଏହାର କିଛି ସମୟ ପରେ ଏହି ତିନି ଜଣ ଯୁବକ ବେହୋସ ହୋଇଯାଇଥିଲେ। ବର୍ତ୍ତମାନ ଏନେଇ କେସିଙ୍ଗା ପୋଲସ ତନାଘନା ଯାଞ୍ଚ ଆରମ୍ଭ କରିଦେଇଛି।