June 13, 2026

ଉମରକୋଟ ନିକଟସ୍ଥ ୫୨ ନମ୍ବର ରେ ପୂଜା ପାଉଛନ୍ତି ୪୨ ଫୁଟ ଉଚ୍ଚ ର ମା କାଳୀ……

IMG-20251023-WA0037
Share

 

 

ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ଆଲୋକର ପର୍ବ ଦୀପାବଳି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପର୍ବ ହୋଇଥିବା ବେଳେ ସାରା ବିଶ୍ୱରେ ହିନ୍ଦୁ ଏହି ଦିପାବଳୀ ପର୍ବକୁ ପାଳନ କରିଥାନ୍ତି। ଏହି ଅବସରରେ କେହି କେହି ମାଁ ମହାଲକ୍ଷ୍ମୀଙ୍କ ପୂଜା କରିଥାନ୍ତି ତ ବଙ୍ଗୀୟ ସମ୍ପ୍ରଦାୟରେ ମାଁ କାଳୀଙ୍କୁ ଆରାଧନା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଯୁଭି ୫୨ ଗ୍ରାମ ଠାରେ ରେ ଧୁମ୍ ଧାମରେ ମାଁ ମହାକାଳୀଙ୍କ ପୂଜା ଜାରି ରହିଛି। ପୂଜା ପାଉଛନ୍ତି ମାଁ କାଳୀଙ୍କ ୪୨ ଫୁଟ ଉଚ୍ଚତା ର ମୁଣ୍ମୟୀ ମୂର୍ତ୍ତୀ। ଚଳିତ ବର୍ଷ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି ମହାକାଳୀଙ୍କ ପୂଜାର୍ଚ୍ଚନା। ନ ଦିନ ଧରି ଏହି ପୂଜା ଜାରି ରହିବା ସହ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ସହ ମିନା ବଜାର ର ଆୟୋଜନ କରାଯାଇଛି। ଦୀପାବଳି ମଧ୍ୟ ରାତ୍ରିରୁ ପୂଜା ଆରମ୍ଭ ହୋଇଯାଇଛି ।ଏଥିପାଇଁ ୫୨ ନମ୍ବର ପୂଜା କମିଟି ତରଫରୁ କରାଯାଇଛି ବିଶେଷ ଆୟୋଜନ ।ତେଣୁ ଏହି ବର୍ଷ ଅଧିକ ଧୁମ୍ ଧାମରେ ପୂଜା କରିବାକୁ ଲକ୍ଷ୍ୟ ରଖି ପୂଜା କରାଯାଉଛି । ଏହି ପୂଜା ଦେଖିବା ପାଇଁ ନବରଙ୍ଗପୁର ଜିଲ୍ଲା ଓ ପୋଡ଼ଶୀ ଛତିଶଗଡ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ।୫୨ ନମ୍ବର ରେ ମାଁ କାଳୀଙ୍କ ପୂଜା ବଙ୍ଗୀୟ ପରମ୍ପରା ରୀତିନୀତିରେ ସମସ୍ତ ପୂଜା କରିଥାନ୍ତି । ପୂଜାରେ ଝୁଣା ଆରତୀ ସହ ପୂଜା ସମୟରେ ପ୍ରାୟ ସମସ୍ତଙ୍କ ଘରକୁ ବାହାରୁ ସମ୍ପର୍କୀୟ ଓ ଅତିଥି ଆସନ୍ତି । ଘରର ମହିଳା ମାନେ ମାଁ ଙ୍କ ପୂଜା ସହ ଅତିଥି ଚର୍ଚ୍ଚା କରି ବହୁ ଆନନ୍ଦ ଲାଭ କରିଥାନ୍ତି ବୋଲି କହିଛନ୍ତି ପୂଜା କମିଟି ସଭାପତି।

You may have missed