June 13, 2026

ବ୍ଲକ ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ଏବଂ ଶିକ୍ଷକ ବଦଳିରେ ପରିବର୍ତ୍ତନକୁ ନେଇ ଅଧିବାସୀ ସଂଘର ଦାବିପତ୍ର ପ୍ରଦାନ

IMG-20251023-WA0030
Share

 

ତା,୨୨/୧୦ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ଜାରି ଏବଂ ଶିକ୍ଷକ ବଦଳିରେ ପରିବର୍ତ୍ତନକୁ ନେଇ ଦାବିପତ୍ର ପ୍ରଦାନ କରିଛି ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ l ସଭାପତି ମହେଶ୍ବର ପେଣ୍ଠିଆ,ସମ୍ପାଦକ ତ୍ରିନାଥ ସମରଥ ଏବଂ ବରିଷ୍ଠ ଉପ ସଭାପତି ଚନ୍ଦ୍ର ସଗରିଆଙ୍କ ନେତୃତ୍ଵରେ ସହିଦ ଲକ୍ଷ୍ମଣ ନାୟକଙ୍କ ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ସାଗରଗୁଡ଼ା ଠାରୁ ଏକ ଶୋଭାଯାତ୍ରା ବାହାରିଥିଲା l ସାଗରଗୁଡ଼ା ଦେଇ କୁନ୍ଦୁରା ଗାନ୍ଧି ଛକରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟରେ ପହଞ୍ଚିଥିଲେ ଶତାଧିକ ପୁରୁଷ ମହିଳା l ବ୍ଲକ ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ଯଥାଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଉ, ଆଦିବାସୀ ମହିଳାଙ୍କୁ ତାଙ୍କ ଅଧିକାର ଦିଆଯାଉ l କୁନ୍ଦୁରା ମୂଳ ଅଧିବାସୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାନଯାଉ l ବ୍ଲକରେ ଶିକ୍ଷକ ଅଭାବ ରହିଛି କିନ୍ତୁ ଉଦ୍ଦେଶ୍ଯ ମୂଳକ ଭାବେ ବରିଷ୍ଠ ଶିକ୍ଷକ ତ୍ରିନାଥ ହରିଜନଙ୍କୁ ଅନ୍ୟ ବ୍ଲକକୁ ବଦଳି ହୋଇଛି ଏହା ତୁରନ୍ତ ବାତିଲ କରାଯାଉ l ଏ ସବୁ ଦାବୀ ମୂଳ ଅଧିବାସୀଙ୍କ ନ୍ୟାର୍ଯ୍ୟଦାବି ସରକାର ତମେ ମାନି ନିଅ ଭଳି ନାରା ଦେଇ ସହର ପରିକ୍ରମା କରିଥିଲା ଶୋଭାଯାତ୍ରା l ପ୍ରଥମେ ବି ଇ ଓ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପପେୟା ବେହେରା ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବି ଡି ଓ ଙ୍କ ଅନୁପସ୍ଥିତିରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏ ଇ ଇ) ରମାକାନ୍ତ ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଦାବୀ ମୁତାବକ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ଓ ଇସ୍ତଫା ପରେ ଅଧ୍ୟକ୍ଷା ପଦବୀ ଖାଲି ରହିଛି ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇ ଆସୁଛନ୍ତି I ଅଧ୍ୟକ୍ଷା ପଦବୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବାରୁ ଜଣେ ଆଦିବାସୀ ମହିଳାଙ୍କୁ ଅଧ୍ୟକ୍ଷା ପଦବୀ ଦେଇ ବ୍ଲକ ପରିଚାଳନା ଦାୟିତ୍ଵ ପ୍ରଦାନ କରାଯିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଉ l ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ଯଥା ଶୀଘ୍ର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଉ l ଏହି ବ୍ଲକ ଦିସାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ତ୍ରିନାଥ ହରିଜନ ସେ ବିଦ୍ୟାଳୟରେ ସାତ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି l ସେଠାକାର ପିଲା ସଂଖ୍ୟା ଅନୁସାରେ ଶିକ୍ଷକ ସଂଖ୍ଯା ଅଧିକ ନାହିଁ, ଗାଁ ଲୋକ କିମ୍ବା ପରିଚାଳନା କମିଟିଙ୍କ ଅଭିଯୋଗ ନାହିଁ କି ସେ ବଦଳି ପାଇଁ ଆବେଦନ କରିନାହାନ୍ତି I ଏହି ବ୍ଲକର ଅନେକ ବିଦ୍ୟାଳୟରେ ୧୦,୧୨ ବର୍ଷ ଧରି କାର୍ଯ୍ୟ କରୁଥିବା ଶିକ୍ଷକ ରହିଛନ୍ତି, ବ୍ଲକର ବହୁ ସ୍କୁଲରେ ଶିକ୍ଷକ ପଦବୀ ଖାଲି ରହିଛି l ଜିଲ୍ଲା ବାହାରୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଳା ଓ ବ୍ଲକକୁ ବଦଳି ହୋଇ ଯାଉଛନ୍ତି I ତେବେ ଉଦ୍ଦେଶ୍ୟ ମୂଳକ ଓ ଅନ୍ୟାୟ ଭାବେ ନିଜ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶ୍ରୀ ହରିଜନଙ୍କୁ ଅନ୍ୟ ବ୍ଲକରେ ବଦଳି କରାଯାଇଛି l ଏହାର ପ୍ରତିବାଦ କରୁଛି ସଂଘ l ବଦଳି ଆଦେଶକୁ ସମ୍ୟକ ପରିବର୍ତ୍ତନ କରି କୁନ୍ଦୁରା ବ୍ଲକରେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି l ଉଭୟ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ, ବି ଇ ଓ ଏବଂ ବି ଡି ଓ ଙ୍କ ଅନୁପସ୍ଥିତି ହେତୁ କ୍ଷୋଭ ପ୍ରକାଶ କରି ଦୃଢ଼ ନିନ୍ଦା କରିଥିଲେ ସଂଘ କାର୍ଯ୍ୟକାରୀ ସଭାପତି ଭଜମନ ସାନ୍ତା ବରିଷ୍ଠ ଏବଂ ଉପ ସଭାପତି ଶିବ ପ୍ରଧାନୀ ପ୍ରମୁଖ l ଉଭୟ କାର୍ଯ୍ୟାଳୟରେ ଦାବିପତ୍ର ଗ୍ରହଣ କରି ଉପସ୍ଥିତ ଅଧିକାରୀଙ୍କୁ ପ୍ରେରଣ କରାଯିବ ଓ ତାଙ୍କ ନିର୍ଦ୍ଦେଶ ଅନୁଶାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l ଥାନା ଅଧିକାରୀ ଅଶ୍ୱନୀ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏସ୍ ଆଇ ସ୍ଵରୂପା ମଲ୍ଲିକ ପୁଲିସ୍ ଟିମ୍ ସହ ଉପସ୍ଥିତ ରହି ଆଇନ୍ ଶୃଙ୍ଖଳା ପରିସ୍ଥିତି ବୁଝିଥିଲେ l ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଠିଆ, ପୁର୍ବତନ ବ୍ଲକ ଅଧକ୍ଷା ସମ୍ବାରି ଭତରା, ଲ୍ୟାମ୍ପ ଅଧ୍ୟକ୍ଷା ସୁଭଦ୍ରା ଭୂମିଆଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା,ସରପଞ୍ଚ ସମିତି ସଭ୍ୟ ସଭ୍ୟା,ପୂର୍ବତନ ସରପଞ୍ଚ,ସମିତି ସଭ୍ଯ ସଭ୍ଯା,ବିଭିନ୍ନ ସମାଜର ମୁଖ୍ୟ, ବରିଷ୍ଠ ନାଗରିକ, ଯୁବ ଗୋଷ୍ଠୀଙ୍କ ସମେତ ଆଠ ଶହରୁ ଉର୍ଦ୍ଧ୍ଵ ମହିଳା ପୁରୁଷ ଯୋଗଦେଇଥିଲେ I

ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଥିଲା ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l

You may have missed