ବିଲକୁ ଯାଉଥିବା ବେଳେ ଶୁଖିଲା ଗଛର ଗଣ୍ଡି ପଡି ଯୁବକ ମୃତ ..
ରା,ଉଦୟଗିରି(ଶଙ୍କର ରାଓ) ଜୀବନ ଗୋଟେ ପାଣି ଫୋଟକା ଭଳି ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ।ସାଙ୍ଗ ହୋଇ ବିଲକୁ ଯାଉଥିବା ସମୟରେ ବାଟରେ ଜଗିଥିଲା ଯମ।ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ହାରିଲା।ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଠାରେ।ଘଟଣା ପ୍ରକାରେ ରାମଗିରି ଗ୍ରାମର ପାତ୍ରସାହି ର ସ୍ବର୍ଗତ ବାବୁଲା ପାଇକ ଙ୍କ ପୁଅ ସୁମନ ପାଇକ (କାଳିଆ) ବୟସ ୧୯ ବର୍ଷ ସକାଳ ୧୧ ଘଣ୍ଟା ସମୟ ରେ ୫ ଜଣ ସାଙ୍ଗ ହୋଇ ବାଟମଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିବା ସମୟରେ ବାଟ ମଙ୍ଗଳା ମନ୍ଦିର ଛକ ରାସ୍ତା ପାର୍ଶ୍ୱରେ ଥିବା ବିରାଟ କାୟ ଶୁଖିଲା ଆମ୍ବ ଗଛର ଏକ ଗଣ୍ଡି ପୁଆ ସହ ସେମାନଙ୍କ ଉପରେ ପଡିଥିଲା ଯାହା ଫଳରେ ସୁମନ ର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ବୋହିଥିଲା ଏବଂ ଅନ୍ୟ ମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା।ଗୁରୁତ୍ଵ ପୂର୍ଣ୍ଣ ଅବସ୍ଥାରେ ଥିବା ସୁମନକୁ ସଙ୍ଗେ ସଙ୍ଗେ ସେମାନେ ଜଣକ ମୋଟର ସାଇକେଲ ଯୋଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ତାପସ ରଞ୍ଜନ ପଣ୍ଡା ସୁମନର ମୁଣ୍ଡରେ ଗଭୀର ଆଘାତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖି ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ।ହେଲେ ଅତି ଦୁଃଖର ବିଷୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯିବା ପୂର୍ବରୁ ସୁମନର ପ୍ରାଣବାୟୁ ଉଡିଯାଇଥିଲା।ପିଲାଟି ଦିନରୁ ବାପାକୁ ହରେଇ ଥିଲା ମାଆ ଅନ୍ୟତ୍ର ବିବାହ କରି ଚାଲିଗଲା ମାଉସି ପାଖରେ ରହି ଗେଲ ବସରରେ ବଢିଥିଲା ସୁମନ।ଦିନ ମଜୁରିଆ ଓ ଗରିବ ଶ୍ରେଣୀ ର ହୋଇ ଥିବାରୁ ପରିବାର ଚଲେଇବା କଷ୍ଟ ସାଧ୍ୟ ହେଲେ ମଧ୍ୟ ସୁମନ ର ସବୁ ଅଭିଳାଷ ପୂରଣ କରୁଥିଲେ। ସୁମନ ର ମୃତ୍ୟୁ ଖବର ଶୁଣୀ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା କୁ ନେଇ ପାତ୍ରସାହି ବାସି ଥାନା ଅଧିକାରୀ ଡି.ଗଜପତି ଦୋରାଙ୍କ ସହ ଯୋଗା ଯୋଗ କରି ଏ ନେଇ ରାମଗିରି ଥାନାରେ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏଏସଆଇ କେ.ଶଙ୍କର ତଦନ୍ତ ଚଳେଇଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
