ତିର୍ତୋଲ ପଞ୍ଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ


ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ପଞ୍ଚାୟତ ସମିତି ର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ତିର୍ତୋଲ ପଞ୍ଚାୟତ ସମିତି ର ଅଧକ୍ଷ ମନୋଜ କୁମାର ବେହେରା ଙ୍କ ଅଦ୍ଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ତିର୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ପଞ୍ଚାୟତ ମାନଙ୍କରେ ସରକାର ଙ୍କ ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ମାନଙ୍କୁ ଉପେକ୍ଷା କରାଯାଉ ଥିବାରୁ ସଦସ୍ୟ ମନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଲୋଚନାରେ ରାଜ୍ୟ ସରକାର ଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ପାରାଦ୍ୱୀପ ର ଯୁବ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ , ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତୋଲ ବିଧାୟକ ଡା. ରମାକାନ୍ତ ଭୋଇ ଯୋଗଦେଇ ଥିଲେ । ତିର୍ତୋଲ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସମେତ ସମସ୍ତ ସରକାରୀ ଅଧିକାରୀ ଙ୍କ ସହଯୋଗ ରେ ବିକାଶ ମୂଳକ କାର୍ଯ୍ୟ ର ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଥିବା ସମ୍ପର୍କ ରେ ଗୃହରେ ସମିତି ସଭ୍ୟ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ପାନୀୟ ଜଳ ଯୋଗାଣ,ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସନ କାର୍ଡ ସମ୍ବଧୀୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ତିର୍ତୋଲ ବ୍ଲକ ର ୨୯ ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଏହି ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
