April 27, 2026

ପାଇକା ନଦୀ ରେ ବୁଡ଼ିଗଲେ ୩ ଜଣ ବାଳକ, ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା….

IMG-20251022-WA0061
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ସାଙ୍ଗ ମାନଙ୍କ ସହିତ ନଦୀରେ ଗାଧେଇବା କାଳହେଲା…..। ପାଇକl ନଦୀପାଣି ର ପ୍ରଖର ସୁଅରେ ନିଖୋଜ ହୋଇଗଲେ ତିନି ସାଙ୍ଗ । ସେମାନଙ୍କ ମଧ୍ୟରୁ ଦୁଇଜଣ ମୃତ ଅବସ୍ଥାରେ ଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି । ଏହି ଅଭାବନୀୟ ଘଟଣା ଘଟିଛି ତିର୍ତ୍ତୋଲ ବ୍ଲକର କ୍ରୀଷ୍ଣାନନ୍ଦପୁର ପଞ୍ଚାୟତ ଅଧିନ ପାଇକାକୁଳ ବସ୍ତିର, ସାଇଫନ ନିକଟବର୍ତ୍ତୀ ବାଲିଉଠାଘାଟ ନିକଟରେ । ନଈ କୁ ତିନିସାଙ୍ଗ ଗାଧେଇବାକୁ ଯାଇଥିଲା ବେଳେ ଜଣ ଜଣ କରି ତିନି ଜଣ ଛାତ୍ର, ନଦୀରେ ବୁଡ଼ିଯାଇଥିଲେ । ଖବର ଅନୁଯାଇ କାଲୁ ମଲ୍ଲିକ ଙ୍କ ପୁଅ ସୌରଭ ମଲ୍ଲିକ (୧୮) ଆଇ.ଟି.ଆଇ. ରେ ପାଠ ପଢୁଥିବା ବେଳେ , ନଟ ବେହେରାଙ୍କ ପୁଅ ଶିଶିର ବେହେରା (୧୪ ) ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେହିପରି ଅକ୍ଷୟ ମଲ୍ଲିକ ଙ୍କ ପୁଅ ଅମନ୍ କୁମାର ମଲ୍ଲିକ (୧୫ ) ସରସ୍ୱତୀ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ମାତ୍ର ଏହି ତିନି ସାଙ୍ଗ, ପାଇକl ନଦୀ ରେ ଗାଧେଇବା ବେଳେ, ନଦୀଜଳରେ ବୁଡ଼ି ଯାଇଥିଲେ । ଖବର ପାଇ ସେମାନଙ୍କ ପରିବାର ଲୋକ ମାନଙ୍କ ସହିତ ସ୍ଥାନୀୟ ପୋଲିସ ଓ ଅଗ୍ନୀଶମ ବାହିନୀ ର ଅଧିକାରୀ ଓ ଗ୍ରାମବାସୀ ମାନଙ୍କ ଦ୍ବାରା ଦୁଇଜଣ ଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଖବର ଲେଖା ସରିବା ପର୍ଯ୍ୟନ୍ତ ଆଉ ଜଣଙ୍କର ପତ୍ତା ମିଳିନାହିଁ । ଉଦ୍ଧାର କରାଯାଇଥିବା ଦୁଇ ଛାତ୍ର ଙ୍କୁ ନିକଟସ୍ଥ ରଘୁନାଥ ପୁର ମେଡିକାଲ କୁ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖ ଦାୟକ ଓ ହୃଦୟ ବିଦାରକ ଘଟଣା ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।