April 28, 2026

ଭବାନୀପାଟଣାରେ ଦୈନିକ ବଜରର ପୁନଃନିର୍ମାଣ କାର୍ଯ୍ୟଆରମ୍ବ।

IMG-20241023-WA0044
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସହରରେ ଥିବା ମୁଖ୍ୟ ଦୈନିକ ବଜାର ଓ ହାଟ ପଦାର ପୁନଃନିର୍ମାଣ କାର୍ଯ୍ୟ ହେବାକୁ ଯାଉଛି। ପୌରପାଳିକା ତରଫରୁ ବଜାରସ୍ଥିତ ବହୁ ପୁରୁଣା ପରିବା ଦୋକାନ ଗୁଡିକର ଭଙ୍ଗାରୁଜା କାମ ଆରମ୍ଭ ହୋଇଗଲାଣି। ଏହାପରେ ମାଛ ମାଂସ ଦୋକାନ ଓ ଶୁଖୁଆ ଦୋକାନ ଓ ଗୋଦାମ ଗୁଡିକ ଭଙ୍ଗା ଆରମ୍ଭ ହେବ। ପ୍ରାୟ 1.5ଏକର ବିଶିଷ୍ଟ ଦୈନିକ ବଜରର ପୁନଃନିର୍ମାଣ ପାଇଁ ପ୍ରାୟ 2କୋଟି 70ଲକ୍ଷ୍ୟ ଟଙ୍କା ଅଟକଳ ହୋଇଛି ଓ ଏହାର ନିର୍ମାଣ ଶେଷ ହେବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିବ ବୋଲି ସଂପୃକ୍ତ ଠିକାଦାର ଜଣାଇଛନ୍ତି। ଏନେଇ ମାଂସ ଦୋକାନୀଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ମାଂସ ଦୋକାନ ଯେଉଁଠି ସେଇଠି ଖୋଲିବା ଅସମ୍ଭବ। ମାଂସ ଦୋକାନୀମାନେ ଦାବି ଜଣାଇଛନ୍ତି ଯେ ଏହି ନିର୍ମାଣ ହେବାକୁ ଥିବା ଦୈନିକ ବଜାରରେ ପ୍ରଥମ ପର୍ଯ୍ୟାୟ ରେ ସେମାନଙ୍କୁ ଥଇଥାନ କରାଯାଉ। ଏହି ବାବଦରେ ବିଶେଷ କିଛି ଜଣାପଡ଼ିନାହିଁ। କିନ୍ତୁ ସହରବାସି ପୁନଃନିର୍ମାଣ କାର୍ଯ୍ୟକୁ ସ୍ୱାଗତ ଜଣାଇଛନ୍ତି। କାରଣ ପୂର୍ବରୁ ଏହି ଦୈନିକ ବଜାରରେ ଗୋଟିଏ ଜାଗାରେ ମାଂସ ଦୋକାନ, ମାଛ ଦୋକାନ, ଶୁଖୁଆ ଗୋଦାମ ଓ ଦୋକାନ ଗୁଡିକ ସହ ପନିପରିବା ଦୋକାନ ଗୁଡିକ ଲାଗୁଥିଲା। ଏଥିସହ ବଜାର ମଧ୍ୟରେ ଭଲ ରାସ୍ତା ନଥିବା, ଭଲ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ଅଳ୍ପ ବର୍ଷା ହେଲେ ଡ୍ରେନର ପାଣି ଉଛୁଳି ରାସ୍ତାରେ କାଦୁଅ ପରିବେଶ ସୃଷ୍ଟି କରୁଥିଲା। ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାସହ ଉତ୍କଟ ଦୁର୍ଗନ୍ଧ ମଧ୍ୟ ସୃଷ୍ଟି ହେଉଥିଲା। ତେଣୁ ପୌରପାଳିକାର ଏହି ବଜାର ପୁନଃନିର୍ମାଣ କାର୍ଯ୍ୟ ସ୍ୱାଗତଯୋଗ୍ୟ ଅଟେ।