August 24, 2026

ଐତିହ୍ୟ ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ରରେ ବୃକ୍ଷରୋପଣ, ଦେବଝରଣ ସଫେଇ, ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଶପଥ

IMG-20260823-WA0036
Share

 

 

ଉଲୁଣ୍ଡା, ୨୩/୮ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ରେ ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ସ୍ୱଚ୍ଛତା ଓ ଜଳ ସଂରକ୍ଷଣର ବାର୍ତ୍ତା ନେଇ ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ଠାରେ ଏକ ସେବାମୂଳକ ବୃକ୍ଷରୋପଣ ଓ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅବସରରେ ଦେବଝରଣ ଅଞ୍ଚଳରେ ସଫେଇ କରାଯିବା ସହ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ଏଥିସହ ପରିବେଶ ସୁରକ୍ଷା ଓ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି ପାଇଁ ଜନସଚେତନତା ବାର୍ତ୍ତା ଦିଆଯାଇଥିଲା।’ଦୟା ସରାବନି ଯୋଗ ଟ୍ରଷ୍ଟ’ର ପ୍ରତିଷ୍ଠାତା ଡ. ହୃଷୀକେଶ ଦେହେରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ସହ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ. ଯୁଧିଷ୍ଠିର ଖମାରୀ, ଟ୍ରଷ୍ଟର ସଭାପତି ଭାବେ ନିଜ ମତବ୍ୟକ୍ତ କରି କହିଥିଲେ।ପ୍ରକୃତି ଆମକୁ ଜୀବନ ଦେଇଛି। ତେଣୁ ପ୍ରକୃତିର ସୁରକ୍ଷା କରିବା ପ୍ରତ୍ୟେକ ମଣିଷର ନୈତିକ ଦାୟିତ୍ୱ। କେବଳ ଗଛ ଲଗାଇଦେଲେ ଆମର କର୍ତ୍ତବ୍ୟ ଶେଷ ହୁଏ ନାହିଁ।ଲଗାଇଥିବା ଗଛର ଯତ୍ନ ନେଇ ତାହାକୁ ବଞ୍ଚାଇ ରଖିବା ମଧ୍ୟ ଆମର ଦାୟିତ୍ୱ।ଏହି ଅଭିଯାନରେ ବୀର ସୁରେନ୍ଦ୍ର ସାଏ କ୍ଲବ, ମାଟୁପାଲିର ସଭାପତି ତଥା ପ୍ରକୃତି ବନ୍ଧୁ ଧବଳେଶ୍ୱର ଭୁକ୍ତା, ଚନ୍ଦ୍ରମଣି ଦାସ ଯୁବକ ସଂଘ, ବାଘପାଲିର ଜିତେନ୍ଦ୍ର ଥାଟିଙ୍କ ସମେତ ବହୁ ପ୍ରକୃତିପ୍ରେମୀ, ସମାଜସେବୀ ଓ ଯୁବବନ୍ଧୁ ଉତ୍ସାହର ସହ ଯୋଗଦେଇଥିଲେ।ପର୍ଯ୍ୟାବରଣ ଗତିବିଧି ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୁବଶକ୍ତି ସଂଯୋଜକ ଶମ୍ଭୁରାଜ କର୍ଣ୍ଣ ଉପସ୍ଥିତ ସମସ୍ତଙ୍କୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ଜଳ ସଂରକ୍ଷଣ ସମ୍ପର୍କିତ ଶପଥ ପାଠ କରାଇଥିଲେ। ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ଜଳର ଅପଚୟ ରୋକିବା, ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ସଦା ସଚେତନ ରହିବାକୁ ସଙ୍କଳ୍ପ ନେଇଥିଲେ।ଏହି ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ, ସ୍ୱଚ୍ଛତାର ମନୋଭାବ ଓ ସାମାଜିକ ସେବାର ଚେତନା ବୃଦ୍ଧି ପାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ଭକ୍ତ କର୍ମୀ ଉପସ୍ଥିତ ସମସ୍ତ ଅତିଥି, ପ୍ରକୃତିପ୍ରେମୀ, ସମାଜସେବୀ ଓଯୁବବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।