August 24, 2026

ମରେଇଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଅବାଧ ଗଛକଟାକୁ ନେଇ ଅସନ୍ତୋଷ

IMG-20260823-WA0037
Share

 

 

ହାଟଡିହି ତା ୨୩/୦୮(ମନମୋହନ ନାୟକ) : ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ପରିସରରେ ଦୀର୍ଘବର୍ଷ ଧରି ରହି ଆସିଥିବା ଦେବଦାରୁ ଗଛ ଗୁଡ଼ିକୁ ଅବାଧରେ କାଟି ଦିଆଯାଇଥୁବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି । ଗଛଗୁଡିକ ୩୦/୪୦ ବର୍ଷର ପୁରୁଣା । ଯେକୌଣସି କାର୍ଯ୍ୟ ନେଇ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଲେ ସେହି ଗଛ ଛାଇରେ ବିଶ୍ରାମ କରୁଥିଲେ । ଏହି ଗଛଗୁଡ଼ିକ କାଟି ଦିଆଯିବା ପରେ ପଞ୍ଚାୟତ ପରିସରର ପରିବେଶ ମଧ୍ଯ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସରପଞ୍ଚଙ୍କ ସାମ୍ନାରେ ଗଛ କାଟି ଦିଆଯାଇଥିଲେ ମଧ୍ଯ ଏନେଇ କୌଣସି ଆପତ୍ତି କରାଯାଇନଥିଲା । ଏପରିକି ଗଛକାଟିବା ପାଇଁ ହାଟଡିହି ବିଡିଓ କିମ୍ବା ବନ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ, ତାହା ମଧ୍ଯ ସ୍ପଷ୍ଟ ହୋଇନାହିଁ । ସରକାରଙ୍କ ସାମାଜିକ ବନୀକରଣ ଓ ପରିବେଶ ସୁରକ୍ଷା ନୀତିକୁ ନେଇ ପ୍ରଶ୍ନ ଉଠୁଥ‌ିବା ବେଳେ ପଞ୍ଚାୟତ ପରିସରରେ ଥିବା ପୁରୁଣା ଗଛକୁ ଏଭଳି କାଟିବା ଘଟଣାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରପଞ୍ଚଙ୍କ ସ୍ୱାମୀଙ୍କ ସାମ୍ନାରେ ଗଛ କାଟିବା ନେଇ ମଧ୍ଯ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି । ଘଟଣାର ତଦନ୍ତ କରି ଗଛ କାଟିବା ପାଇଁ ଅନୁମତି ନିଆଯାଇଥିଲା କି ନାହିଁ ଏବଂ ନିୟମ ଉଲଂଘନ ହୋଇଥିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଗଛ ଅସୁବିଧା ସୃଷ୍ଟି କରୁଥୁଲା । ପଞ୍ଚାୟତ ପରିସରରେ ଅନେକ ଗଛ ଅଛି, ଆମେ ୱାର୍ଡ ସଭ୍ୟାଙ୍କ ପରାମର୍ଶ କ୍ରମେ ୫ଟି ଗଛ କାଟିଛୁ ବୋଲି କହିଛନ୍ତି I