ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ
ବରପାଲି:୧୦/୧୦ (ସୁଦାମ ଦୀପ) ବରପାଲି ବ୍ଲକ ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ବରପାଲି ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଲ୍ୟ ବିବାହ, ପୋକ୍ସୋ ଆଇନ, ସାଇବର ଠକେଇ, ନାରୀ ସଶକ୍ତିକରଣ ଏବଂ ନିଶା ନିବାରଣ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ମୁଖ୍ୟ ବକ୍ତା ଭାବେ ବରପାଲି ଥାନାଧିକାରୀ ପ୍ରମୋଦ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଇନ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ସାଇବର ଅପରାଧରୁ କିପରି ଦୂରେଇ ରହିବେ ସେ ନେଇ ପରାମର୍ଶ ଦେଇଥିଲେ। ବିଜୟପଲ୍ଲୀ ଫାଣ୍ଡି ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମରେ ଦର୍ଶନ ଅଧ୍ୟାପକ ଡୋଳାମଣି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଇଂରାଜୀ ଅଧ୍ୟାପିକା ମୌସୁମୀ ପୋଢ଼ ସ୍ୱାଗତ ଭାଷଣ ଦେଇଥିଲେ। ରେଡକ୍ରସ ସଂଯୋଜକ ଅଧ୍ୟାପକ କାମପାଳ ପଣ୍ଡା ଓ ଅଧ୍ୟାପକ ରମାକାନ୍ତ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀମାନେ ରୋଲ୍ ପ୍ଲେ ଓ ସଚେତନତା ସଙ୍ଗୀତ ପରିବେଷଣ କରି ପୁରସ୍କୃତ ହୋଇଥିଲେ। ଅକ୍ଷୟ ଭୋଇ ଓ ଶୁଭମ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
