October 11, 2026
ajiro khabar
Share

 

 

୧-ଦଶହରା ଘଡ଼ିରେ ଦାଉ ସାଧୁଛି ବଜାର ଦର:ଚିନି ଓ ଡାଲିର ଦର ବଢ଼ିଲା। ସପ୍ତାହ ତଳେ ଚାଉଳ ଓ କ୍ଷୀର ଦର ବଢ଼ି ଥିଲା।

 

୨-ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ।

 

୩-ଭୋଟ୍ ପାଇଁ ପ୍ରାର୍ଥୀଙ୍କ କସରତ: ଏବେ କ୍ଲାସରୁମରୁ କ୍ୟାଣ୍ଟିନ୍,ହଷ୍ଟେଲରୁ କ୍ୟାମ୍ପସ ପର୍ଯ୍ୟନ୍ତ ଜୋରଦାର ଚାଲିବ ପ୍ରଚାର।

 

୪-ଭୁବନେଶ୍ୱର ଆର୍ ଆଣ୍ଡ ବି ଦୁର୍ନୀତି ମାମଲାରେ ବଢିଲା ଗିରଫଦାରୀ, ଆଉ ତିନି ଜଣ ଗିରଫ।

 

୫-ଛାତ୍ର ସଂସଦ ନିର୍ବାଚନ; ବିଜେଡିକୁ ଟାର୍ଗେଟ୍ କଲେ ଅଭିଳାଷ ପଣ୍ଡା, କହିଲେ ପ୍ରାୟ ଅଧା କଲେଜରେ ନାହାନ୍ତି ବିଜେଡିର ପ୍ରାର୍ଥୀ।

 

୬-‘ଆମର ସନ୍ଦେହ ସତ ହୋଇଛି, ବିଜେଡି ପ୍ରାର୍ଥୀଙ୍କ ନାଁ କାଟିବାକୁ ଅଧ୍ୟକ୍ଷ ଓ କୁଳପତିଙ୍କୁ ନିର୍ଦ୍ଦେଶ ଯାଇଛି’: ବିଜେଡିର ଅଭିଯୋଗ।

 

୭-ଆସନ୍ତାକାଲି ଦିଲ୍ଲୀରେ INDIA ବ୍ଲକ୍‌ର ବଡ଼ ଆନ୍ଦୋଳନ,ସାମିଲ ହେବେ ମମତା ବାନାର୍ଜୀ।

 

୮-ବାଲିଯାତ୍ରାରେ ଷ୍ଟଲ୍ ପାଇଁ ବଡ଼ ଖବର; ଗତକାଲି ଠାରୁ ଆବେଦନ ଆରମ୍ଭ, ବର୍ଗଫୁଟ ୬୦ରୁ ୬୫ ଟଙ୍କା, ନଭେମ୍ବର ହେବ ୨ରୁ ନିଲାମ।

 

୯-ଏଲ୍ ନିନୋ ୨୦୨୬–୨୭: ଦେଶରେ ବଢ଼ିବ ତାପମାତ୍ରା, ବଦଳିବ ପାଣିପାଗ; ଓଡ଼ିଶା ଚାଷୀଙ୍କ ପାଇଁ ସତର୍କ ସୂଚନା।

 

୧୦-ଜଗତସିଂହପୁର,ସିଙ୍ଗିପୁର:ବେଆଇନ ବାଣ ଗୋଦାମରେ ରେଡ୍‌ , ପ୍ରଚୁର ବାଣ ଓ ବାରୁଦ ଜବତ।

 

୧୧-ସାଲେପୁର,ନାନ୍ଦୋଳଗଡା:ବସ୍-ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ୍ ଆରୋହୀ ମୃତ।

 

୧୨-କେନ୍ଦୁଝରରେ ଅଭାବନୀୟ ଘଟଣା; ଆରଡେଇ ନଦୀରେ ବୁଡ଼ି ୨ ଭାଇଙ୍କ ମଧ୍ୟରୁ ସାନ ପୁଅ ମୃତ, ବଡ଼ ପୁଅ ନିଖୋଜ।

 

୧୩-କୋଟିଆରେ ଆନ୍ଧ୍ର ପୋଲିସର ଚଢ଼ାଉ, ୨୮୦୦ ଲିଟର ଗୁଡ଼ ପୋଚ ସହ ଦେଶୀ ମଦ ଜବତ।

 

୧୪-ଇନ୍ଦୋର:ଆଜି ଭାରତ – ଓ୍ବେଷ୍ଟ ଇଣ୍ଡିଜ୍ ତୃତୀୟ ଟି୨୦,ଆୟର ବାହୀନିର ହୋପ୍ ଚିନ୍ତା।

 

୧୫-ଦିଲ୍ଲୀରେ ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ; ନଚେତ୍‌ ଆମରଣ ଅନଶନ!

 

୧୬-CJP ପ୍ରତିବାଦ ; ଦୀପକେ, ଆଶୁତୋଷ, ସୌରଭ, ଧ୍ରୁବ ରାଠୀଙ୍କ ସମେତ ୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ।

 

୧୭-CJP ପ୍ରୋଟେଷ୍ଟରେ UNର ଏଣ୍ଟ୍ରି, ପ୍ରଦର୍ଶନକାରୀଙ୍କ ଅଟକକୁ ନେଇ ଚିନ୍ତା ପ୍ରକାଶ କଲା।

 

୧୮-ମୁମ୍ବାଇରେ ବଡ଼ ଧରଣର ପ୍ରତିବାଦ; ଅଭିନେତା ଇମ୍ରାନ ଖାନଙ୍କ ସମେତ ୪୦୦ରୁ ଅଧିକ ଅଟକ।

 

୧୯-‘ମୁଁ ଅଯୋଧ୍ୟାରୁ ଲଢ଼ିବାକୁ ପ୍ରସ୍ତୁତ ଅଛି, ଆପଣ ବି ପ୍ରସ୍ତୁତ ହୁଅନ୍ତୁ’ ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଯୋଗୀ।

 

୨୦-ଦିଲ୍ଲୀରେ ବିପକ୍ଷ ନେତାଙ୍କ ସତର୍କତାମୂଳକ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଆଜି ଛୁଟିସତ୍ତ୍ୱେ ସ୍ପେଶାଲ ବେଞ୍ଚରେ ହେବ ଶୁଣାଣି।